ବାଂଲାଦେଶ: ଇସ୍କନ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା, ଆକ୍ରମଣରେ ଲହୁଲୁହାଣ ହେଲେ ଶ୍ରଦ୍ଧାଳୁ
Khabar Odisha:International-Iskcon-temple-and-devotees-were-violently-attacked-in-Bangladesh

ଢାକା, ଅକ୍ଟୋବର ୧୬ (ଖବର ଓଡ଼ିଶା): ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଚେତାବନୀ ସତ୍ତ୍ବେ ମନ୍ଦିରରେ ଭଙ୍ଗାରୁଜା ଓ ସଂଖ୍ୟାଲଘୁ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ବାଂଲାଦେଶର ନୋଆଖାଲିରେ ଶୁକ୍ରବାର ଇସ୍କନ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏଥି ସହିତ ଶ୍ରଦ୍ଧାଳୁମାନଙ୍କୁ ଆକ୍ରମଣ ମଧ୍ୟ ହୋଇଛି। 

ଇସ୍କନ ପକ୍ଷରୁ ଟୁଇଟ କରି ଭଙ୍ଗାରୁଜା ଓ ଆକ୍ରମଣ ନେଇ ସୂଚନା ଦିଆଯାଇଛି। ଇସ୍କନ ଆକ୍ରମଣର ଫଟୋ ଜାରି କରିଛି। ଟୁଇଟରେ କୁହାଯାଇଛି ଯେ, ବାଂଲାଦେଶର ନୋଆଖାଲିରେ ଆଜି ଇସ୍କନ ମନ୍ଦିର ଓ ଶ୍ରଦ୍ଧାଳୁମାନଙ୍କ ଉପରେ ଭୀଡ ହିଂସା ହୋଇଛି। ମନ୍ଦିରର ବହୁ କ୍ଷୟକ୍ଷତି ହୋଇଛି ଏବଂ କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ରହିଛି। ଆମେ ବାଂଲାଦେଶ ସରକାରଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷା ଓ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। 

ସୂଚନାଯୋଗ୍ୟ, ବାଂଲାଦେଶର ଚଟଗାଁ ମଣ୍ଡଳ କୋମିଳା ଅଂଚଳରେ ନିକଟରେ ଦୁର୍ଗାପୂଜା ମଣ୍ଡପରେ ଆକ୍ରମଣ ହୋଇଥିଲା। କେବଳ ସେତିକି ନୁହେଁ, ମନ୍ଦିରରେ ଆକ୍ରମଣ ମଧ୍ୟ ହୋଇଥିଲା। ଏହି ଘଟଣାରେ ମନ୍ଦିରକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ କି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୫୦୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

 

 

  • Tags:

Subscribe

National International State Sports Entertainment