ବିଶ୍ୱରେ କରୋନା: ମୃତ୍ୟୁ ସଂଖ୍ୟା ୪୨ ଲକ୍ଷ ନିକଟତର, ୧୯.୫୯ କୋଟି ଲୋକ ସଂକ୍ରମିତ
Khabar Odisha:International-Corona-virus-death-toll-reaches-4192lakh-1959-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୨୮ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦେଶରେ ଉଦ୍ୟମ ହେଉଛି । ମାତ୍ର କରୋନା ବିଭିନ୍ନ ପ୍ରାରୂପ ମାଧ୍ୟମରେ ଲୋକଙ୍କୁ ହନ୍ତସନ୍ତ କରୁଛି ।  ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୬୨ ହଜାର ୪୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୨୬୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୫୯ ଲକ୍ଷ ୨୨ ହଜାର ୭୮ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୯୨ ହଜାର ୧୭୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୭୬ ଲକ୍ଷ ୨୫ ହଜାର ୧୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୧ ଲକ୍ଷ ୪ ହଜାର ୭୮୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୫ହଜାର ୬୯୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୪୨ ହଜାର ୭୫୦କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୭ ହଜାର ୩୭୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୫ ଲକ୍ଷ ୭୦ ହଜାର ୪୭ ଲୋକ ସୁସ୍ଥ ହୋଇଥିବା ବେଳେ ୫୧ ଲକ୍ଷ ୪୫ ହଜାର ୩୨୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୭୫୫୦ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୭ଲକ୍ଷ ୪୯ହଜାର ୭୩ ସଂକ୍ରମିତ, ୫ଲକ୍ଷ ୫୧ ହଜାର ୯୦୬ମୃତ

ଋଷିଆ: ୬୧ ଲକ୍ଷ ୭୨ ହଜାର ୮୧୨ ସଂକ୍ରମିତ, ୧ଲକ୍ଷ ୫୫ ହଜାର ୩୮୦ ମୃତ 

ଫ୍ରାନ୍ସ: ୬୦ ଲକ୍ଷ ୨୬ ହଜାର ୧୧୫ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୬୯୫ ମୃତ 

ୟୁକେ: ୫୭ ଲକ୍ଷ ୪୫ ହଜାର ୫୨୬ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୩୦୩ ମୃତ 

ତୁର୍କୀ: ୫୬ ଲକ୍ଷ ୩୮ ହଜାର ୧୭୮ ସଂକ୍ରମିତ, ୫୧ ହଜାର ୪୮ ମୃତ

ଆର୍ଜେଣ୍ଟିନା: ୪୮ ଲକ୍ଷ ୭୫ ହଜାର ୯୨୭ ସଂକ୍ରମିତ, ୧ ଲକ୍ଷ ୪ ହଜାର ୩୫୨ମୃତ

କଲୋମ୍ବିଆ: ୪୭ ଲକ୍ଷ ୪୭ ହଜାର ୭୭୫ ସଂକ୍ରମିତ, ୧ ଲକ୍ଷ ୧୯ ହଜାର ୪୮୨ମୃତ 

ସ୍ପେନ: ୪୩ ଲକ୍ଷ ୬୮ ହଜାର ୪୫୩ ସଂକ୍ରମିତ, ୮୧ ହଜାର ୩୨୨ ମୃତ

ଇଟାଲି: ୪୩ ଲକ୍ଷ ୨୫ ହଜାର ୪୬ ସଂକ୍ରମିତ, ୧ଲକ୍ଷ ୨୭ ହଜାର ୯୯୫ମୃତ 

 

  • Tags:

Subscribe

National International State Sports Entertainment