ବିଶ୍ୱରେ ସାଢ଼େ ୧୯ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୪୧.୮୧ ଲକ୍ଷ ଲୋକଙ୍କ ମୃତ୍ୟୁ
Khabar Odisha:International-Corona-virus-death-toll-reaches-4181lakh-1953-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୨୭ (ଖବର ଓଡ଼ିଶା): ସମଗ୍ର ବିଶ୍ୱରେ କରୋନା ଭାଇରସ ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୯ କୋଟି ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ତୁଳନାରେ କମ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସମୟ ଭିତରେ ୪ ଲକ୍ଷ ୨୧ ହଜାର ୫୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୮୦୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୫୩ ଲକ୍ଷ ୯ ହଜାର ୪୯୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୮୧ ହଜାର ୯୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୭୧ ଲକ୍ଷ ୧ ହଜାର ୧୫୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୦ ଲକ୍ଷ ୨୬ ହଜାର ୩୭୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୪ହଜାର ୮୧୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୭୧ ହଜାର ୫୨୫କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୬ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୫ ଲକ୍ଷ ୪୧ ହଜାର ୫୯୫ ଲୋକ ସୁସ୍ଥ ହୋଇଥିବା ବେଳେ ୫୧ ଲକ୍ଷ ୨ ହଜାର ୯୪୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୩୨୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୭ଲକ୍ଷ ୭ହଜାର ୬୬୨ ସଂକ୍ରମିତ, ୫ଲକ୍ଷ ୫୦ ହଜାର ୫୦୨ମୃତ

ଋଷିଆ: ୬୧ ଲକ୍ଷ ୪୯ ହଜାର ୭୮୦ ସଂକ୍ରମିତ, ୧ଲକ୍ଷ ୫୪ ହଜାର ୬୦୧ ମୃତ 

ଫ୍ରାନ୍ସ: ୫୯ ଲକ୍ଷ ୯୯ ହଜାର ୨୪୪ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୬୬୭ ମୃତ 

ୟୁକେ: ୫୭ ଲକ୍ଷ ୨୨ ହଜାର ୨୯୮ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୧୭୨ ମୃତ 

ତୁର୍କୀ: ୫୬ ଲକ୍ଷ ୧୮ ହଜାର ୪୧୭ ସଂକ୍ରମିତ, ୫୦ ହଜାର ୯୯୭ ମୃତ

ଆର୍ଜେଣ୍ଟିନା: ୪୮ ଲକ୍ଷ ୫୯ ହଜାର ୧୭୦ ସଂକ୍ରମିତ, ୧ ଲକ୍ଷ ୪ ହଜାର ୧୦୫ମୃତ

କଲୋମ୍ବିଆ: ୪୭ ଲକ୍ଷ ୩୬ ହଜାର ୩୪୯ ସଂକ୍ରମିତ, ୧ ଲକ୍ଷ ୧୯ ହଜାର ୧୮୨ମୃତ 

ସ୍ପେନ: ୪୩ ଲକ୍ଷ ୪୨ ହଜାର ୫୪ ସଂକ୍ରମିତ, ୮୧ ହଜାର ୨୬୮ ମୃତ

ଇଟାଲି: ୪୩ ଲକ୍ଷ ୨୦ ହଜାର ୫୩୦ ସଂକ୍ରମିତ, ୧ଲକ୍ଷ ୨୭ ହଜାର ୯୭୧ମୃତ 

 

  • Tags:

Subscribe

National International State Sports Entertainment