କରୋନା: ବିଶ୍ୱରେ ୩ ଲକ୍ଷ ୯୨ ହଜାର ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୯୨ ହଜାର
Khabar Odisha:International-Corona-virus-death-toll-reaches-392-lakh-6692-lakh-people-detected-in-world-wide

ନୂଆଦିଲ୍ଲୀ, ଜୁନ ୦୫ (ଖବର ଓଡ଼ିଶା): କରୋନା ଭାଇରସ ଭୟଙ୍କର ରୂପ ନେଇଛି । ଯାହା ପୂର୍ବାନୁମାନ କରାଯାଉଛି । ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିବ । ଶୁକ୍ରବାର ସକାଳ ସାଢ଼େ ୬ଟା ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୩ ଲକ୍ଷ ୯୨ ହଜାର ୨୮୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୬ ଲକ୍ଷ ୯୨ ହଜାର ୬୮୬ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୩୨ ଲକ୍ଷ ୪୨ ହଜାର ୧୧୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୦ ଲକ୍ଷ ୫୮ ହଜାର ୨୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ବିଶ୍ୱରେ ୫୫ ହଜାର ୪୬୧ ଜଣ ଗୁରୁତର ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ୧୭୩କୁ ପହଞ୍ଚିଛି । ମୋଟ ୧୯ ଲକ୍ଷ ୨୪ ହଜାର ୫୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭ ଲକ୍ଷ ୧୨ ହଜାର ୨୫୨ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୧୧ ଲକ୍ଷ ୧ ହଜାର ୬୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୧୭ ହଜାର ୮୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୬ ଲକ୍ଷ ୧୫ ହଜାର ୮୭୦ ସଂକ୍ରମିତ, ୩୪ ହଜାର ୩୯ ମୃତ

ଋଷିଆ: ୪ ଲକ୍ଷ ୪୧ ହଜାର ୧୦୮ ଜଣ ସଂକ୍ରମିତ, ୫ ହଜାର ୩୮୪ ଜଣ ମୃତ

ସ୍ପେନ: ୨ ଲକ୍ଷ ୮୭ ହଜାର ୭୪୦ ଜଣ ସଂକ୍ରମିତ, ୨୭ ହଜାର ୧୩୩ ମୃତ

ବ୍ରିଟେନ: ୨ ଲକ୍ଷ ୮୧ ହଜାର ୬୬୧ ସଂକ୍ରମିତ, ୩୯ ହଜାର ୯୦୪ ଜଣ ମୃତ

ଇଟାଲୀ: ୨ ଲକ୍ଷ ୩୪ ହଜାର ୧୩ ସଂକ୍ରମିତ, ୩୩ ହଜାର ୬୮୯ ମୃତ

ଫ୍ରାନ୍ସ: ୧ ଲକ୍ଷ ୫୨ ହଜାର ୪୪୪  ସଂକ୍ରମିତ, ୨୯ ହଜାର ୬୫ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୮୪ ହଜାର ୯୨୩ ଜଣ ସଂକ୍ରମିତ, ୮ ହଜାର ୭୩୬ ମୃତ

ପେରୁ: ୧ ଲକ୍ଷ ୮୩ ହଜାର ୧୯୮ ଜଣ ସଂକ୍ରମିତ, ୫ ହଜାର ୩୧ ମୃତ

ତୁର୍କୀ: ୧ ଲକ୍ଷ ୬୭ ହଜାର ୪୧୦ ସଂକ୍ରମିତ, ୪ ହଜାର ୬୩୦ ଜଣ ମୃତ

ଇରାନ: ୧ ଲକ୍ଷ ୬୪ ହଜାର ୨୭୦ ସଂକ୍ରମିତ, ୮ ହଜାର ୭୧ ଜଣ ମୃତ 

 

  • Tags:

Subscribe

National International State Sports Entertainment