କରୋନା ଭାଇରସ୍‌ରେ ବିଶ୍ୱବ୍ୟାପୀ ୩୭.୪୩ ଲକ୍ଷ ମୃତ, ୧୭.୪୦ କୋଟି ଲୋକ ସଂକ୍ରମିତ
Khabar Odisha:International-Corona-virus-death-toll-reaches-3743lakh-1740-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୦୭ (ଖବର ଓଡ଼ିଶା): ସମଗ୍ର ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ନିୟନ୍ତ୍ରଣକୁ ଆସିଛି । ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୭ କୋଟି ୪୦ ଲକ୍ଷ ୩୪ ହଜାର ୨୮୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୪୩ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୫ କୋଟି ୭୩ ଲକ୍ଷ ୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୯ ଲକ୍ଷ ୯୦ ହଜାର ୩୧୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୭ହଜାର ୩୭୦  ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୧୦ ହଜାର ୨୪୭କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୨ ହଜାର ୩୬୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୧ ଲକ୍ଷ ୨୧ ହଜାର ୭୭୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୪ ଲକ୍ଷ ୭୬ ହଜାର ୧୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୨୯୦ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୬୯ଲକ୍ଷ ୪୭ ହଜାର ୬୨ସଂକ୍ରମିତ, ୪ଲକ୍ଷ ୭୩ହଜାର ୪୯୫ମୃତ

ଫ୍ରାନ୍ସ: ୫୭ ଲକ୍ଷ ୧୨ ହଜାର ୭୫୩ ସଂକ୍ରମିତ, ୧ ଲକ୍ଷ ୯ ହଜାର ୯୯୮ ମୃତ 

ତୁର୍କୀ: ୫୨ ଲକ୍ଷ ୮୭ ହଜାର ୯୮୦ ସଂକ୍ରମିତ, ୪୮ ହଜାର ୧୬୪ ମୃତ

ଋଷିଆ: ୫୧ ଲକ୍ଷ ୨୬ ହଜାର ୪୩୭ ସଂକ୍ରମିତ, ୧ଲକ୍ଷ ୨୩ ହଜାର ୭୮୩ ମୃତ 

ୟୁକେ: ୪୫ ଲକ୍ଷ ୧୬ ହଜାର ୮୯୨ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୪୦ ମୃତ 

ଇଟାଲି: ୪୨ ଲକ୍ଷ ୩୨ ହଜାର ୪୨୮ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୫୨୩ମୃତ 

ଆର୍ଜେଣ୍ଟିନା: ୩୯ ଲକ୍ଷ ୫୫ ହଜାର ୪୩୯ ସଂକ୍ରମିତ, ୮୧ ହଜାର ୨୧୪ ମୃତ

ଜର୍ମାନୀ: ୩୭ ଲକ୍ଷ ୮ ହଜାର ୭୭୯ ସଂକ୍ରମିତ, ୮୯ ହଜାର ୨୧୪ମୃତ 

ସ୍ପେନ: ୩୬ ଲକ୍ଷ ୯୭ ହଜାର ୯୮୭ ସଂକ୍ରମିତ, ୮୦ ହଜାର ୧୯୬ ମୃତ 

 

  • Tags:

Subscribe

National International State Sports Entertainment