ବିଶ୍ୱର ଅଧ କୋଟି ଲୋକଙ୍କୁ କଲବଳ କରିଛି କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୪ ହଜାର
Khabar Odisha:International-Corona-virus-death-toll-reaches-324-lakh-49-lakh-people-detected-in-world-wide

ନୂଆଦିଲ୍ଲୀ, ମେ ୨୦ (ଖବର ଓଡ଼ିଶା): କରୋନା ଭାଇରସ ସମଗ୍ର ବିଶ୍ୱର ଜନତାଙ୍କ ଆଖିରୁ ଲୁହ ବୁହାଇଛି । ଏପର୍ଯ୍ୟନ୍ତ ୨୧୫ଟି ଦେଶକୁ ପହଞ୍ଚିଛି । ବିଶ୍ୱରେ ୪୯ ଲକ୍ଷ ୮୮ ହଜାର ୩୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୨୪ ହଜାର ୯୫୮ ଜଣଙ୍କ ଜୀବନ ଯାଇଛି । ସେହିପରି ୪୫ ହଜାର ୪୪୮ ଜଣ ଗୁରୁତର ଅଛନ୍ତି । 

କରୋନା ଭାଇରସ ଯୋଗୁଁ ଆମେରିକାରେ ୧୫ ଲକ୍ଷ ୭୦ ହଜାର ୫୮୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ୯୩ ହଜାର ୫୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୬୧ ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଆହୁରି ୧୭ ହଜାର ୨୪୯ ଜଣ ଗୁରୁତର ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୨ ଲକ୍ଷ ୯୯ ହଜାର ୯୪୨ ଜଣ ସଂକ୍ରମିତ, ୨ ହଜାର ୮୩୭ ଜଣ ମୃତ

ସ୍ପେନ: ୨ ଲକ୍ଷ ୭୮ ହଜାର ୮୦୩ ସଂକ୍ରମିତ, ୨୭ ହଜାର ୭୭୮ ମୃତ

ବ୍ରାଜିଲ: ୨ ଲକ୍ଷ ୭୧ ହଜାର ୮୮୫ ସଂକ୍ରମିତ, ୧୭ ହଜାର ୯୮୩ ମୃତ

ବ୍ରିଟେନ: ୨ ଲକ୍ଷ ୪୮ ହଜାର ୮୧୮ ସଂକ୍ରମିତ, ୩୫ ହଜାର ୩୪୧ ଜଣ ମୃତ

ଇଟାଲୀ: ୨ ଲକ୍ଷ ୨୬ ହଜାର ୬୯୯ ସଂକ୍ରମିତ, ୩୨ ହଜାର ୧୬୯ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୦ ହଜାର ୮୦୯  ସଂକ୍ରମିତ, ୨୮ ହଜାର ୨୨ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୭୭ ହଜାର ୮୨୭ ଜଣ ସଂକ୍ରମିତ, ୮ ହଜାର ୧୯୩ ମୃତ

ତୁର୍କୀ: ୧ ଲକ୍ଷ ୫୧ ହଜାର ୬୧୫ ସଂକ୍ରମିତ, ୪ ହଜାର ୧୯୯ ଜଣ ମୃତ

ଇରାନ: ୧ ଲକ୍ଷ ୨୪ ହଜାର ୬୦୩ ସଂକ୍ରମିତ, ୭ ହଜାର ୧୧୯ ଜଣ ମୃତ

 

  • Tags:

Subscribe

National International State Sports Entertainment