ନୂଆଦିଲ୍ଲୀ, ଜାନୁଆରୀ ୦୨ (ଖବର ଓଡ଼ିଶା): ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ମହାମାରୀରୁ ବିଶ୍ବବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହି ସମୟ ମଧ୍ୟରେ ବିଶ୍ବରେ ୧୧ ଲକ୍ଷ ୭୯ ହଜାର ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗୋଟିଏ ଦିନରେ ୧୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ। ବହୁ ଦିନ ପରେ ଦୈନକ ମୃତ୍ୟୁ ସଂଖ୍ୟାରେ ହ୍ରାସ ପାଇଛି। ଦିନକରେ ୩୮୩୪ ଜଣଙ୍କର ମୃତ୍ୟୁ ହୋଇଛି। ଅତୀତରେ ଦୈନିକ ମୃତ୍ୟୁ ସଂଖ୍ୟା ୮ ହଜାର ଅତିକ୍ରମ କରିଛି।
ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୮ କୋଟି ୯୬ ଲକ୍ଷ ୫୬ ହଜାର ୭୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୫୬ ହଜାର ୮୩୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୪୧ ଲକ୍ଷ ୧୪ ହଜାର ୫୪୩ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୩ କୋଟି ୮୫ ଲକ୍ଷ ୩୭୫ ହଜାର ୩୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୪୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୨ ଲକ୍ଷ ୯୧ ହଜାର ୫୦୭ ସଂକ୍ରମିତ, ୬ ଲକ୍ଷ ୧୯ ହଜାର ୧୦୯ ମୃତ
ବ୍ରିଟେନ: ୧ କୋଟି ୩୧ ଲକ୍ଷ ୪୫୮ ହଜାର ୫୦ ସଂକ୍ରମିତ, ୧ ଲକ୍ଷ ୪୮ ହଜାର ୭୭୮ ମୃତ
ରୁଷିଆ: ୧ କୋଟି ୫ ଲକ୍ଷ ୧୯ ହଜାର ୭୩୩ ସଂକ୍ରମିତ, ୩ ଲକ୍ଷ ୯ ହଜାର ୭୦୭ ମୃତ
ଫ୍ରାନ୍ସ: ୧ କୋଟି ୧୯ ଲକ୍ଷ ୧ ହଜାର ୯୨୬ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୮୫୧ ମୃତ
ତୁର୍କୀ: ୯୫ ଲକ୍ଷ ୧୯ ହଜାର ୨୮୧ ସଂକ୍ରମିତ, ୮୨ ହଜାର ୫୦୬ ମୃତ
ଜର୍ମାନୀ: ୭୧ ଲକ୍ଷ ୯୬ ହଜାର ୧୫୪ ସଂକ୍ରମିତ, ୧ ଲକ୍ଷ ୧୨ ହଜାର ୮୨୬ ମୃତ
ସ୍ପେନ: ୬୨ ଲକ୍ଷ ୬୬ ହଜାର ୯୩୯ ସଂକ୍ରମିତ, ୮୯ ହଜାର ୪୦୫ମୃତ
ଇଟାଲି: ୬୨ ଲକ୍ଷ ୬୬ ହଜାର ୯୩୯ ସଂକ୍ରମିତ, ୧ ଲକ୍ଷ ୩୭ ହଜାର ୫୧୩ ମୃତ
ଇରାନ: ୬୧ ଲକ୍ଷ ୯୫ ହଜାର ୪୦୩ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୬୩୯ ମୃତ