ଚୀନରେ କରୋନାରୁ ସୁସ୍ଥ ହୋଇଥିବା ୯୦ ପ୍ରତିଶତ ଆକ୍ରାନ୍ତଙ୍କ ଫୁସଫୁସ ନଷ୍ଟ!
Khabar Odisha:International-90-of-recovered-covid-19-patients-in-Wuhan-suffering-from-lung-damage-report

ବେଜିଂ, ଅଗଷ୍ଟ ୦୬ (ଖବର ଓଡ଼ିଶା): ଚୀନରେ କରୋନା ନେଇ ବଡ଼ ଖବର ଆସିଛି । ମହାମାରୀ କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଅଧିକାଂଶ ଲୋକଙ୍କର ଫୁସଫୁସକୁ କ୍ଷତି ପହଂଚିଛି । କିଛି ଲୋକଙ୍କର ନମୁନା ରିପୋର୍ଟ ପୁଣି ଥରେ ପଜିଟିଭ ଆସିବା ପରେ, ସେମାନଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଛି । 

ଉହାନ ସହରର ଏକ ପ୍ରମୁଖ ହସ୍ପିଟାଲରୁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ନମୁନା ନିଆଯାଇଥିଲା । ସେମାନଙ୍କର ନମୁନା ତଦନ୍ତରେ ଜାଣିବାକୁ ମିଳିଛି ଯେ, ୯୦ ପ୍ରତିଶତ ରୋଗୀଙ୍କର ଫୁସଫୁସ ନଷ୍ଟ ହୋଇଥିବା କୁହାଯାଉଛି । ୫ ପ୍ରତିଶତ ରୋଗୀ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି । 

ଉହାନ ବିଶ୍ୱବିଦ୍ୟାଳୟର ଝୋଙ୍ଗନନ ହସ୍ପିଟାଲର ଦେଖାଶୁଣା କରୁଥିବା ନିର୍ଦ୍ଦେଶକ ପେଙ୍ଗ ଝିୟୋଙ୍ଗଙ୍କ ନେତୃତ୍ୱରେ ପୁଣି ଥରେ ଏପ୍ରିଲରେ ସୁସ୍ଥ ହୋଇଥିବା ୧୦୦ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । 

 

  • Tags:

Subscribe

National International State Sports Entertainment