ମାଳଦ୍ୱୀପରେ ଆରମ୍ଭ ହେବ ଭାରତର ରୁପେ । ମାଳଦ୍ୱୀପର ରୁଫିୟାକୁ ମଜବୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏପର୍ଯ୍ୟନ୍ତ ଏହାର ଆରମ୍ଭକୁ ନେଇ ସମୟ ସୀମା ଘୋଷଣା କରାଯାଇ ନାହିଁ । ମାଳଦୀପରେ ଅର୍ଥନୈତିକ ବିକାଶ କରିବା ପାଇଁ ବାଣିଜ୍ୟ ମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି । ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଆଞ୍ଚଳିକ ଆର୍ଥିକ ଏକୀକରଣକୁ ସୁଦୃଢ଼ କରିବା ଲକ୍ଷରେ ମାଳଦ୍ୱୀପରେ ଭାରତର ରୁପେ ଆରମ୍ଭ ହେବ ।
ଏହି ସମ୍ପର୍କରେ ବାଣିଜ୍ୟ ମନ୍ତ୍ରୀ ମହମ୍ମଦ ସୟିଦ ବୟାନ ଦେଇ କହିଛନ୍ତି ଯେ ଉଭୟ ଭାରତ ଓ ଚୀନ କିପରି ସ୍ଥାନୀୟ ମୁଦ୍ରା ବ୍ୟବହାର କରି ଦ୍ୱିପାକ୍ଷିକ ବାଣିଜ୍ୟ କରାଯିବ । ଏ ବିଷୟରେ ରାଜି ହୋଇ ତାହା ଉପରେ ଆଲୋକପାତ କରିଥିଲେ । ତେବେ ନିକଟରେ ମାଳଦ୍ୱୀପ ପକ୍ଷରୁ ନିଶ୍ଚିତ କରାଯାଇଛି ଯେ ଭାରତ ଏବଂ ଚୀନ୍ ନିଜ ନିଜ ମୁଦ୍ରାରେ ଆମଦାନୀ ଦେୟକୁ ସୁଗମ କରିବା ପାଇଁ ସହଯୋଗ କରିବେ। ଏହି ନୀତି ପରିବର୍ତ୍ତନ ଦ୍ୱାରା ମାଲେର ବାର୍ଷିକ ଆମଦାନୀ ଦେୟ ୧.୫ ନିୟୁତ ଆମେରିକୀୟ ଡଲାର ପାଖାପାଖି ୫୦% ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।
ଅଧିକ ପଢନ୍ତୁ :ତାଇୱାନକୁ ଚାରିଆଡୁ ଘେରିଲା ଚୀନ, କ’ଣ ରହିଛି ଉଦ୍ଦେଶ୍ୟ?