ୱାଶିଂଟନ: ଭାରତ ଓ ଚୀନ୍ ମଧ୍ୟରେ ଏଲ୍ଏସି ଏବେ ଉତ୍ତେଜନା ହ୍ରାସ ପାଇଛି ପୂର୍ବ ଲଦାଖରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ସାମରିକ ବିବାଦର ଅନ୍ତ ଘଟିଛି। ଏବେ ଆମେରିକା ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତି କୁ ନେଇ ଆଲୋଚନା କରିଛି। ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ୱାଶିଂଟନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଭାରତୀୟ ପକ୍ଷ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଛି, କିନ୍ତୁ ଏହି ପ୍ରସ୍ତାବରେ ଆମେରିକାର କୌଣସି ଭୂମିକା ନାହିଁ।
ଭାରତ-ଚାଇନା ପାଟ୍ରୋଲିଂ ଚୁକ୍ତି ସମ୍ପର୍କରେ ମିଲର କହିଛନ୍ତି, ଆମେ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମେ ବୁଝିପାରୁଛୁ ଯେ ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଥିବା ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ପ୍ରାଥମିକ ପଦକ୍ଷେପ ନେଇଛନ୍ତି। ସୀମାରେ ଉତ୍ତେଜନା ହ୍ରାସ କୁ ଆମେ ସ୍ୱାଗତ କରୁଛୁ।
ଦୁଇ ଦେଶ ମଧ୍ୟରେ ସାମରିକ ବିବାଦର ସମାଧାନ ରେ ଆମେରିକାର କୌଣସି ଭୂମିକା ଅଛି କି ବୋଲି ପଚରାଯିବାରୁ ସେ କହିଛନ୍ତି, ନା, ଆମେ ଆମର ଭାରତୀୟ ସହଯୋଗୀଙ୍କ ସହ କଥା ହୋଇଛୁ ଏବଂ ଆମକୁ ଏ ବିଷୟରେ ଅବଗତ କରାଯାଇଛି, କିନ୍ତୁ ଆମେ ଏହାର ସମାଧାନ ରେ କୌଣସି ଭୂମିକା ଗ୍ରହଣ କରିନାହୁଁ।
ଏହା ପୂର୍ବରୁ ମଙ୍ଗଳବାର ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପସାଙ୍ଗ ସମତଳ ଅଞ୍ଚଳ ଏବଂ ଡେମଚୋକରେ ଉଭୟ ଦେଶର ସୈନିକମାନେ ଅସ୍ଥାୟୀ ଢାଞ୍ଚା ଉଚ୍ଛେଦ କରିଛନ୍ତି। ସେନା ପ୍ରତ୍ୟାହାର ପ୍ରକ୍ରିୟାର ଏକ ଅଂଶ ଭାବରେ ପଛ ପଟୁ ଉଭୟ ପକ୍ଷର ସୈନ୍ୟ ମୁତୟନ କରାଯାଇଛି।
୨୦୨୦ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଗମ ସ୍ଥାନରେ ୧୦ରୁ ୧୫ ଜଣ ସୈନିକଙ୍କ ଛୋଟ ଛୋଟ କଲମ୍ ଦ୍ୱାରା ପାଟ୍ରୋଲିଂ କରାଯିବ। ୨୦୨୦ ଜୁନ୍ ମାସରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସାମରିକ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି, ଯେତେବେଳେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସୈନ୍ୟମୁହାଁମୁହିଁ ହୋଇଥିଲେ। ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଏଲଏସି ପାଟ୍ରୋଲିଂ ଚୁକ୍ତି ଘୋଷଣା କରାଯାଇଥିଲା। ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରୁଷିଆର କାଜାନଠାରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ୟୁରୋପର ଇନ୍ଧନ ଯୋଗାଣକାରୀ ରାଷ୍ଟ୍ର ପାଲଟିଛି ଭାରତ