ବ୍ରିଟେନରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା
Khabar Odisha:Huge-Blast-In-UK-Town-After-World-War-II-Bomb-Detonates
ଖବର ଓଡିଶା : 11/02/2023:

ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା | ହଠାତ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ | ହେଲେ ଘଟଣା ଟି ସତ |  ବ୍ରିଟେନର ଗ୍ରେଟ୍ ୟାରମାଉଥ୍ ନିକଟରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହା ବିସ୍ଫୋରଣ ହେବାରୁ ୨୪କିଲୋମିଟର ଯାଏଁ ଇଲାକା ଥରିଉଠିଥିଲା । ଏବେ ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ମଙ୍ଗଳବାର ସକାଳ ସମୟରେ ଗ୍ରେଟ୍ ୟାରମାଉଥ୍ ଗ୍ୟାସ ପାଇପ କାମ ଚାଲୁଥିବାବେଳେ ଏକ ବୋମା ଦେଖିବାକୁ ମିଳିଥିଲା । ଏହାପରେ ସେହି ବୋମାକୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ଜାଣିବାକୁ ମିଳିଥିଲା । ତେବେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଅପ୍ରତ୍ୟାଶିତ ଭାବରେ ବିସ୍ଫୋରଣ ଭାବେ ହୋଇଥିଲା ଯେ, ପାଖାପାଖି ୨୪ କିଲୋମିଟର ଯାଏଁ ଅଞ୍ଚଳ ଥରି ଉଠିଥିଲା । ଏବେ ଏହି ବିସ୍ଫୋରଣ ସମୟରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ବିଶେଷଜ୍ଞଙ୍କ ମତ ଅନୁଯାୟୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବୋଧହୁଏ ଶହ ଶହ କିମ୍ବା ହଜାର ହଜାର ବିସ୍ଫୋରଣ ହୋଇନଥିବା ବୋମା ଅଛି ଏବଂ ବିସ୍ଫୋରକ ବିଶେଷଜ୍ଞମାନେ ଏହି ବୋମାଗୁଡିକୁ ନିଷ୍କ୍ରିୟ କରିଆସୁଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା ବିସ୍ଫୋରଣ ହେବା ପରେ ବ୍ରିଟିଶ ଜରୁରୀକାଳୀନ ସେବା ଏବଂ ଏଜେନ୍ସି ଏହା ଏକ ବଡ଼ ଘଟଣା ବୋଲି ଘୋଷଣା କରିଥିଲେ।

Subscribe

National International State Sports Entertainment