ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ୧୫ ବର୍ଷୀୟ ସଂଖ୍ୟାଲଘୁ ଝିଅକୁ ଅପହରଣ, ଦୁଷ୍କର୍ମ, ଧର୍ମାନ୍ତରୀକରଣ ପରେ ବିବାହ କରିବାକୁ ବାଧ୍ୟ କରାଯାଇଥିଲା। ସେ ତାଙ୍କ ପରିବାରକୁ ଫେରିବା ପାଇଁ ସିନ୍ଧ ପ୍ରଦେଶର ଏକ କୋର୍ଟରୁ ଅନୁମତି ମାଗିଛନ୍ତି। ଗୁରୁବାର ଦିନ କିଶୋରୀ ଜଣକ ମୀରପୁରଖାସ ଜିଲ୍ଲାର ଏକ ସେସନ୍ସ କୋର୍ଟରେ ହାଜର ହୋଇ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କୁ ଅପହରଣ, ଧର୍ମାନ୍ତରୀକରଣ ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ବୟସ୍କ ମୁସଲିମ ପୁରୁଷଙ୍କ ସହିତ ବିବାହ କରାଯାଇଥିଲା।
ଅଚୀନ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଝିଅକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଝିଅର ମାଆ ନିର୍ମଳ ମେଘୱାର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଝିଅକୁ ଗତ ମାସରେ ତାଙ୍କ ଘର ବାହାରୁ ଅପହରଣ କରାଯାଇଥିଲା ଏବଂ ପରିବାର କୋର୍ଟରେ ତାଙ୍କ ବୟସ ପ୍ରମାଣିତ କରିବା ପାଇଁ ଧମକ ଏବଂ ହିଂସାର ସମ୍ମୁଖୀନ ହୋଇଥିଲେ।
ସେ କହିଛନ୍ତି, ତାଙ୍କ ବୟସ ୧୫ ବର୍ଷ ବୋଲି ପ୍ରମାଣ କରିବା ପାଇଁ ଆମକୁ କୋର୍ଟରେ କାଗଜପତ୍ର ଦାଖଲ କରିବାକୁ ପଡିଥିଲା। ଗତ ଶୁଣାଣି ସମୟରେ ଅପହରଣକାରୀମାନେ କୋର୍ଟ ବାହାରେ ଆମ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ଆଜି ସେ ଶେଷରେ ବିଚାରପତିଙ୍କ ସମ୍ମୁଖରେ ସତ୍ୟ କହିବା ପାଇଁ ସାହସ ସଂଗ୍ରହ କରିଥିଲେ। ଗତ ମାସରେ ଏହି ଅଞ୍ଚଳରୁ ଅପହରଣ ଏବଂ ବଳପୂର୍ବକ ଧର୍ମାନ୍ତରୀକରଣର ଏହା ଚତୁର୍ଥ ଘଟଣା।