ବେରୁତ: ହିଜବୁଲ୍ଲା ଉପରେ ହୋଇଥିବା ଇସ୍ରାଏଲର ଆକ୍ରମଣ ଘଟଣାକୁ ସମଗ୍ର ବିଶ୍ବରେ ନିନ୍ଦା କରୁଛନ୍ତି। ଏହି ବିସ୍ଫୋରଣ ନେଇ ବିଶ୍ବବାସୀ ଚିନ୍ତା ପ୍ରକଟ କରିଛନ୍ତି। ଆଇଡିଏଫ ଲେବାନନରେ ବ୍ୟାପକ ଧ୍ୱଂସ ଘଟାଇଛି। ହିଜବୁଲ୍ଲା ଉପରେ ଇସ୍ରାଏଲ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି।
ଇସ୍ରାଏଲ କହିଛି ଯେ ସେ ୧୬୦୦ରୁ ଅଧିକ ହିଜବୁଲ୍ଲା ଟାର୍ଗେଟକୁ ଟାର୍ଗେଟ କରିଛି, ଯେଉଁଠାରୁ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିଲା କିମ୍ବା ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା । ଆମେରିକା ମଧ୍ୟ ଏହି ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି। ମଧ୍ୟପ୍ରାଚ୍ୟରେ ଅତିରିକ୍ତ ସୈନ୍ୟ ମୁତୟନ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି।
ଯଦିଓ ଇସ୍ରାଏଲ ସେନା ଲଗାତାର ଲେବାନନ ଉପରେ ଏୟାର ଷ୍ଟ୍ରାଇକ୍ କରୁଛି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଏହି ଯୁଦ୍ଧ ଲେବାନନ ବିରୋଧରେ ନୁହେଁ । ତେବେ ହିଜବୁଲ୍ଲା ଇସ୍ରାଏଲ ଏବଂ ଅଧିକୃତ ପଶ୍ଚିମ ତଟରେ ଥିବା ସାମରିକ ଘାଟିକୁ ଟାର୍ଗେଟ କରୁଛି ବୋଲି କହିଛି।
ବିଶେଷକରି ହିଜବୁଲ୍ଲା ଅଧ୍ୟୁଷିତ ଦକ୍ଷିଣ ଲେବାନନର ସାଧାରଣ ନାଗରିକଙ୍କୁ ସଶସ୍ତ୍ର ଗୋଷ୍ଠୀ ସ୍ଥାନରୁ ଦୂରେଇ ରହିବାକୁ ଇସ୍ରାଏଲ ସେନା ଚେତାବନୀ ଦେଇଛି। ହିଜବୁଲ୍ଲା ସେମାନଙ୍କ ଘରର ସାଧାରଣ ନାଗରିକଙ୍କୁ ଆକ୍ରମଣ କରି ସେମାନଙ୍କୁ ଯୁଦ୍ଧରେ ଢାଲ ଭାବେ ବ୍ୟବହାର କରୁଛି।
ସୂଚନାଯୋଗ୍ୟ, ଏହି ଆକ୍ରମଣରେ ୯୦ରୁ ଊର୍ଦ୍ଧ୍ବ ମହିଳା ଓ ଶିଶୁଙ୍କ ସମେତ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଲେବନାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ଏହି ଆକ୍ରମଣରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ୩୫ ଜଣ ଶିଶୁ ଓ ୫୮ ଜଣ ମହିଳା ଅଛନ୍ତି। ଆହତଙ୍କ ସଂଖ୍ୟା ୧୬୦୦ରୁ ଅଧିକ ରହିଛି। ଆକ୍ରମଣରେ ୨୦୦ ରକେଟ୍ ବ୍ୟବହାର କରାଯାଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଲେବାନନରେ 'ମୃତ୍ୟୁ'ର ବର୍ଷା କଲା ଆଇଡିଏଫ୍!