ନୂଆଦିଲ୍ଲୀ: ଇସ୍ରାଏଲର ଆକ୍ରମଣରେ ନିହତ ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାକୁ ଅସ୍ଥାୟୀ ଭାବେ କବର ଦିଆଯାଇଛି । ଇସ୍ରାଏଲର ଆକ୍ରମଣ ଭୟରେ ସାର୍ବଜନୀନ ଭାବେ ନସରଲ୍ଲାକୁ ବିଦାୟ ମଧ୍ୟ ଦେଇ ପାରିନି ଲେବାନନ । ହିଜବୁଲ୍ଲା ଅନୁଯାୟୀ, ଶୁକ୍ରବାର ହସନ ନସରଲ୍ଲାର ମୃତଦେହକୁ ଏକ ଗୁପ୍ତ ସ୍ଥାନରେ ପୋତା ଯାଇଛି । ସଂଗଠନକୁ ଡର ଥିଲା ଯେ, ଯଦି ସାର୍ବଜନୀନ ସ୍ଥାନରେ କବର ଦିଆଯାଇଥାନ୍ତା ତେବେ ଇସ୍ରାଏଲ ଏହି ଅନ୍ତିମ ସଂସ୍କାରରେ ସାମିଲ ଲୋକଙ୍କୁ ଟାର୍ଗେଟ୍ କରିଥାନ୍ତା ।
ଆରବ ନ୍ୟୁଜରେ ଛପିଥିବା ଏକ ରିପୋର୍ଟ ଅନୁଯାୟୀ, ନସରଲ୍ଲାକୁ ସେ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ସ୍ଥାନରେ କବର ଦିଆଯାଇଛି, ଯେ ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ନ ହୋଇଛି । ଇସ୍ରାଏଲ ସହିତ ଜାରି ସଂଘର୍ଷର କୌଣସି ପରିଣାମ ବାହାରିବା ପରେ ହିଁ ନସରଲ୍ଲାଙ୍କୁ ପୁରା ସମ୍ମାନର ସହ ଏକ ସାର୍ବଜନୀନ ଭାବେ ଅନ୍ତିମ ସଂସ୍କାର କରାଯାଇ କବର ଦିଆଯିବ ।
ଋିପୋର୍ଟ ଅନୁ୍ଯାୟୀ, ହିଜବୁଲ୍ଲା ଲେବାନନ ଅଧିକାରୀଙ୍କ ଜରିଆରେ ଆମେରିକାଠୁ ଏହି ଗ୍ୟାରେଣ୍ଟି ଦେବାକୁ ଦାବି କରିଥିଲା ଯେ, ଅନ୍ତିମ ସଂସ୍କାର ସମୟରେ ଇସ୍ରାଏଲକୁ ସାର୍ବଜନୀନ ଭାବେ ଆକ୍ରମଣ କରିବାକୁ ଦିଆ ନ ଯାଉ । ମାତ୍ର ଆମେରିକା ଏହି ଧରଣର କୌଣସି ଗ୍ୟାରେଣ୍ଟି ଦେବାକୁ ମନା କରି ଦେଇଥିଲା । ଏହା ପରେ ହିଜବୁଲ୍ଲା ନସରଲ୍ଲାକୁ ଅସ୍ଥାୟୀ ଭାବେ କରବ ଦେବାକୁ ନିଷ୍ପତ୍ତି ନେଇଥିଲା ।