ୱାଶିଂଟସ୍: ବହୁ ପ୍ରତୀକ୍ଷିତ ଆମେରିକୀୟ ନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିବା ମତଦାନର ଫଳାଫଳ ବୁଧବାର ଆସିଛି। ଏହି ମତଦାନର ଫଳାଫଳ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ଆସିଛି। ଅର୍ଥାତ ଆମେରିକୀୟ ଜନତା ସରକାର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ପକ୍ସ ନ୍ୟୁଜ୍ର ରିପୋର୍ଟ ଅନୁସାରେ ଡେମୋକ୍ରେଟିକ୍ ଦଳର ପ୍ରାର୍ଥୀ ତଥା ଜୋ ବାଇଡେନ୍ ସରକାରରେ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ହାରିବାକୁ ପଡ଼ିଛି।
ଏଥର ଆମେରିକା ସଂସଦର ଉଚ୍ଚ ସଦନ ସିନେଟରେ ରିପବ୍ଲିକାନ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି। ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସିନେଟରେ ରିପବ୍ଲିକାନ୍ ମାନେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି।
ଏହି ନିର୍ବାଚନରେ ବିଜୟ ହାସଲ କରିବା ସହିତ ରିପ୍ଲବିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦେଶର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ନିର୍ବାଚନରେ ଟ୍ରମ୍ପ ମ୍ୟାଜିକ୍ ନମ୍ବର ୨୭୦ ଅତିକ୍ରମ କରିସାରିଛନ୍ତି। ଟ୍ରମ୍ପ ୨୭୭ଟି ଆସନରେ ବିଜୟୀ ହୋଇସାରିଛନ୍ତି। କମଳା ହାରିସଙ୍କୁ ୨୬୬ଟି ଆସନରେ ବିଜୟ ହାସଲ ହୋଇଛି। ଏବେ ଅବଶିଷ୍ଟ ୩୫ଟି ଆସନର ଫଳାଫଳ ଆସିବାକୁ ଅପେକ୍ଷା କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩୫ଟି ଆସନେର ଟ୍ରମ୍ପ ଆଗୁଆ ଅଛନ୍ତି। ଯାହା ଆଶା କରାଯାଉଛି ଟ୍ରମ୍ପ ୩୦୦ରୁ ଊର୍ଦ୍ଧ୍ବ ଆସନରେ ବିଜୟ ହାସଲ କରିପାରନ୍ତି।
ଇଲେକ୍ଟୋରାଲ କଲେଜ କ'ଣ?
ଇଲେକ୍ଟୋରାଲ କଲେଜ ହେଉଛି ରାଷ୍ଟ୍ରପତି ଚୟନ କରୁଥିବା ସଂସ୍ଥା। ସରଳ ଭାଷାରେ କହିବାକୁ ଗଲେ ସାଧାରଣ ଲୋକ ରାଷ୍ଟ୍ରପତି ନିର୍ବାଚନରେ ଏଭଳି ଲୋକଙ୍କୁ ଭୋଟ୍ ଦିଅନ୍ତି, ଯେଉଁମାନେ ଇଲେକ୍ଟୋରାଲ କଲେଜ ଗଠନ କରନ୍ତି ଏବଂ ସେମାନଙ୍କ କାମ ହେଉଛି ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଚୟନ କରିବା। ଏଥର ରାଷ୍ଟ୍ରପତି ଚୟନ କରୁଥିବା ଭୋଟରଙ୍କ ପାଇଁ ନଭେମ୍ବର ପ୍ରଥମ ସପ୍ତାହର ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ନିର୍ବାଚିତ ହେବା ପରେ ଏହି ଭୋଟରମାନେ ଡିସେମ୍ବରରେ ନିଜ ନିଜ ରାଜ୍ୟରେ ଏକାଠି ହୋଇ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦିଅନ୍ତି।