ନୂଆଦିଲ୍ଲୀ: ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଆଳରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଛି। ଶେଖ୍ ହସିନା ସରକାରର ପତନ ଓ ନୂଆ ସରକାର ଗଠନ ପରେ ମଧ୍ୟ ସେଠାରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି। ବାଂଲାଦେଶ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏକତା ପରିଷଦ ଅନୁଯାୟୀ ଦେଶର ୬୪ଟି ଜିଲ୍ଲା ମଧ୍ୟରୁ ୫୨ଟି ଜିଲ୍ଲାରେ ହିନ୍ଦୁ ଓ ସେମାନଙ୍କ ସମ୍ପତ୍ତିକୁ ଟାର୍ଗେଟ୍ କରାଯାଇଛି। ଜାତିସଂଘ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି।
ପଡ଼ୋଶୀ ଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି। ଆମେ ଭାରତରେ ବାଂଲାଦେଶ ବାସୀଙ୍କ ସହ ଠିଆ ହେବା ଉଚିତ, କିନ୍ତୁ ଭାରତ ଓ ବାଂଲାଦେଶର ବନ୍ଧୁତ୍ୱର ପ୍ରତ୍ୟେକ ପ୍ରତୀକ ଉପରେ ଆକ୍ରମଣ ହେଉଛି ବୋଲି ଅଣଦେଖା କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ସୈନିକଙ୍କ ଆଗରେ ପାକିସ୍ତାନୀ ସେନାର ଆତ୍ମସମର୍ପଣର ପ୍ରତିମୂର୍ତ୍ତି ଭାଙ୍ଗିଯାଇଛି। ଭାରତୀୟ ସାଂସ୍କୃତିକ କେନ୍ଦ୍ର ଧ୍ୱଂସ ହୋଇଯାଇଛି । ଇସ୍କନ ମନ୍ଦିର ଭଳି ଅନେକ ଅନୁଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଖରାପ ସଙ୍କେତ। ବାଂଲାଦେଶ ପାଇଁ ମଧ୍ୟ ଏଭଳି ଆଚରଣ କରିବା ଠିକ୍ ନୁହେଁ। "
ବାଂଲାଦେଶରେ ଗଠିତ ନୂଆ ସରକାର ଗଣତନ୍ତ୍ରକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ଆପଣ ସଂଖ୍ୟାଲଘୁ, ବିଶେଷକରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆସନ୍ତି, ସେତେବେଳେ ଏହା ଭାରତ ଏବଂ ଅନ୍ୟସ୍ଥାନରେ ମଧ୍ୟ ଦୃଷ୍ଟିଆକର୍ଷଣ ହୋଇଥାଏ ଏବଂ ଘୃଣାର କାରଣ ପାଲଟିଯାଏ । "