ଖବର ଓଡିଶା : 01/03/2023
ଯାତ୍ରୀବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍ । ଫଳରେ ୨୬ ମୃତ, ୮୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍ ଓ କାର୍ଗୋ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ବର୍ତମାନ ସୁଦ୍ଧା 26ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗ୍ରୀସର ଟେମ୍ପେରେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ଟ୍ରେନ୍ର ଅଧିକାଂଶ କୋଚ୍ ଲାଇନ୍ଚ୍ୟୁତ ହୋଇଥିବା ବେଳେ ୩ କୋଚ୍ରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ସୂଚନା ମୁତାବକ, ୩୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ଟି ମଙ୍ଗଳବାର ରାତିରେ ଲାରିସା ନଗରୀ ନିକଟବର୍ତ୍ତୀ କେନ୍ଦ୍ରୀୟ ଗ୍ରିସ୍ର ଟେମ୍ପି ଅଞ୍ଚଳରେ ଗୋଟାଏ ମାଲ୍ବାହୀ ଟ୍ରେନ୍ ସହିତ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ର ଅନେକ ବଗି ଲାଇନଚ୍ୟୁତ ହୋଇଛି। ସେହିପରି ଦୁର୍ଘଟଣା ପରେ ଟ୍ରେନ୍ରେ ନିଆଁ ଲାଗିଯାଇଛି। ପାସେଞ୍ଜର ଟ୍ରେନରେ ଥିବା ଯାତ୍ରୀ ଅଧିକ ପରିମାଣରେ ଏହାର ଶିକାର ହୋଇଥିଲେ। ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତଦେହ ବାହାର କରାଯାଇଥିବା ବେଳେ ୮୫ରୁ ଅଧିକଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ ପଠାଇ ଦିଆଯାଇଛି। ଆହତଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଥିବା ଜଣାପଡିଛି। ଗଣମାଧ୍ୟମକୁ ସ୍ଥାନୀୟ ଅଗ୍ନିଶମ ସେବା ମୁଖପାତ୍ର କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ଆହୁରି କହିଛନ୍ତି ଯେ, ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଉଦ୍ଧାରକାରୀ ଦଳ ଟ୍ରେନ୍ରେ କଟି ଲାଗି ରହିଥିବା ବଡି ଗୁଡ଼ିକୁ ବହୁ କଷ୍ଟରେ ଉଦ୍ଧାର କରୁଛନ୍ତି। ଅନେକ ଯାତ୍ରୀ ଟ୍ରେନ ନିଆଁ ଲାଗି ଜଳିଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ କ ଜୀବନ୍ତ ଦଗ୍ଦ ହୋଇଯାଇଥିବା ବେଳେ ଆଉ କେତେକ ଅଧା ପୋଡ଼ି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ମୁସକିଲ ହୋଇ ପଡ଼ିଛି।