ନୂଆଦିଲ୍ଲୀ: ଲୋହିତ ସାଗରରେ ୟୁଏସର ଜାହାଜ ଉପରେ ଆକ୍ରମଣର ପ୍ରତିଉତ୍ତରରେ ୟେମେନ ଉପରେ ଏକ ବଡଧରଣର ଆକ୍ରମଣ କରିଛି ୟୁଏସ । ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନ ସମର୍ଥିତ ହୂତି ବିଦ୍ରୋହୀଙ୍କ ଉପରେ ଏକ ବଡ଼ ଧରଣର ଅପରେସନ ଜାରି କରିଛନ୍ତି । ଏହି ଆକ୍ରମଣରେ ଅନ୍ୟୁନ୍ୟ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି ।
ଏହା ସହିତ ଟ୍ରମ୍ପ ଇରାନ ପାଇଁ ମଧ୍ୟ କଠୋର ଚେତାବନୀ ଜାରି କରିଛନ୍ତି । ଇରାନ ଯଦି ହୂତି ବିଦ୍ରୋହୀଙ୍କୁ ସମର୍ଥନ ଦେବା ବନ୍ଦ ନ କରେ ତେବେ ଆମେରିକା କେବେ ଏହାକୁ ବରଦାସ୍ତ କରିବନି ଏବଂ ଏହାର ପରିଣତି ମଧ୍ୟ ଭଲ ହେବ ନାହିଁ । ଏହି ମାମଲାରେ ଆମେରିକା ଇରାନକୁ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ଭାବେ ମନେ କରେ ଓ ଆତଙ୍କବାଦୀଙ୍କୁ ସମର୍ଥନ ମହାଙ୍ଗା ସାବ୍ୟସ୍ତ ହେବ ।
ଟ୍ରମ୍ପ ହୂତି ବିଦ୍ରୋହୀଙ୍କ ମୁଖ୍ୟ ସମର୍ଥକ ଇରାନକୁ ମଧ୍ୟ ଚେତାବନୀ ଦେଇଛନ୍ତି । ତୁରନ୍ତ ହୂତି ବିଦ୍ରୋହୀଙ୍କୁ ସମର୍ଥନ ଦେବା ବନ୍ଦ କରିବାକୁ ଧମକ ଦେଇଛି । ୟୁଏସ ବିରୋଧରେ କୌଣସି ହାନିକର ପଦକ୍ଷେପ ମହଙ୍ଗା ସାବ୍ୟସ୍ତ ହେବ ବୋଲି ସୁଚାଇଦେଇଛନ୍ତି ।
ଏହା ସହିତ ସୋସିଆଲ ମିଡ଼ିଆ ଟ୍ରୁଥରେ ଉଲ୍ଲେଖ କରି କହିଛନ୍ତି, 'ତୁମର ସମୟସୀମାର ଅନ୍ତ ଘଟିଛି । ଆଉ ତୁମର ଆକ୍ରମଣ ଉପରେ ଆଜି ଠାରୁ ରୋକ ଲଗାଯିବା ଆବଶ୍ୟକ । ଏଥିରୁ ବିଚ୍ୟୁତି ଘଟିଲେ, ଯାହା କେବେ ଦେଖିନଥିବ ସେପରି ଅବସ୍ଥା ଉପନୀତ ହେବ ।'
ଅନ୍ୟପଟେ ହୂତିଙ୍କ ରାଜନୈତିକ ବ୍ୟୁରୋ ତରଫରୁ ଆମେରିକାର ଏହି ଗତିବିଧିକୁ ଯୁଦ୍ଧ ଅପରାଧ ଭାବେ ଘୋଷଣା କରାଯାଇଛି । ୟେମେନ ସଶସ୍ତ୍ରସାମରିକ ବାହିନୀ ଆମେରିକାର ଆକ୍ରମଣଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରାଯାଇଛି ।