ଏଣିକି ଆପଣ ଏକ୍ସ ବ୍ୟବହାର କରୁଥିଲେ, ଆପଣଙ୍କୁ ଦେବାକୁ ହେବ ଟଙ୍କା । ଦେୟ ନଦେଲେ ଏହାକୁ ବ୍ୟବହାର କରିବାରେ ବଞ୍ଚିତ ହେବେ ୟୁଜର୍ସ । ଟଙ୍କା ନଦେଲେ ଖୋଲିବନି ଆକାଉଣ୍ଟ । ସୂଚନା ଅନୁଯାୟୀ, ସମସ୍ତ ଏକ୍ସ ବ୍ୟବହାର କାରି ମାନଙ୍କୁ ବାର୍ଷିକ 1 ଡ଼ଲାରର ସବସ୍କ୍ରିପସନ୍ ରାଶି ଦେବାକୁ ପଡ଼ିବ। ଏନେଇ ଘୋଷଣା କରିଲେ ଏଲନ୍ ମସ୍କ । ତେବେ ଯେଉଁମାନେ ବାର୍ଷିକ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଏଣିକି ଏକ୍ସର ବ୍ୟବହାର କରିପାରିବେ ନାହିଁ ।
ଏନେଇ ସାଧାରଣ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଲନ ମତ୍ସ୍ୟ ଏହା ୟୁଜର୍ସଙ୍କ ଏବଂ ପ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି । ଏହା ଦ୍ବାରା ନକଲି ୟୁଜର୍ସଙ୍କ ସଂଖ୍ୟା କମ ହୋଇପାରିବ ବୋଲି କହିଛନ୍ତି ମସ୍କ | ମସ୍କ ଗତବର୍ଷ ଏକ୍ସକୁ କିଣିଥିଲେ । ସେବେଠାରୁ ମସ୍କ 13 ବିଲିୟନ ଡ଼ଲାର ଋଣରେ ଥିବା X ପ୍ଲାଟଫର୍ମକୁ ପୁନର୍ଜୀବିତ କରିବାକୁ ଚେଷ୍ଟା ଜାରି ରଖୁଛନ୍ତି ଏଲନ୍ ମସ୍କ ।