ଇସଲାମାବାଦ: ଉତ୍ତର-ପଶ୍ଚିମ ପାକିସ୍ତାନରେ ଶନିବାର ଦିନ ଏକ ପୋଲିସ ପୋଷ୍ଟ ଉପରେ ଏକ କାର ବିସ୍ଫୋରଣ ହୋଇଛି। ଏହି ବିସ୍ପୋରଣରେ ଅତି କମରେ ତିନି ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି ଏବଂ ଏହା ପରେ ସୁରକ୍ଷା ଅଧିକାରୀମାନେ ସାହାଯ୍ୟ ଯୋଗାଇବା ପାଇଁ ଘଟଣାସ୍ଥଳକୁ ଯାଉଥିବା ପୋଲିସ କର୍ମଚାରୀଙ୍କ ଉପରେ ଏକ ଆମ୍ବୁସ ଚଳାଇଥିଲେ। ସୁରକ୍ଷା ଅଧିକାରୀମାନେ ଏହା କହିଛନ୍ତି।
ପୋଲିସ ଅଧିକାରୀ ସଜ୍ଜାଦ ଖାନ କହିଛନ୍ତି ଯେ ବାନୁ ସହର ଉପକଣ୍ଠରେ ପୋଷ୍ଟରେ ଡ୍ୟୁଟି କରୁଥିବା ୧୫ ଜଣ ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ଏବଂ ସଂସ୍ଥାନ ନଷ୍ଟ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଚାଲିଛି ଏବଂ ଅପରେସନ୍ ସମାପ୍ତ ହେବା ପରେ କ୍ଷତିର ପରିମାଣ ଜଣାପଡିବ।
ଆତଙ୍କବାଦୀମାନେ ପ୍ରଥମେ ଏକ ବିସ୍ଫୋରକ ଭର୍ତ୍ତି କାର ସହିତ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଏବଂ ତା'ପରେ ଆତଙ୍କବାଦୀମାନେ ଏହାର ପରିସରରେ ପ୍ରବେଶ କରି ପୋଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ।
ନାମ ଗୋପାନ ରଖି ପୋଲିସ ଅଧିକାରୀ କହିଛନ୍ତି ଯେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ସୁରକ୍ଷା ପୋଷ୍ଟ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ବିସ୍ଫୋରଣ କରିଥିଲା ଏବଂ ଅନେକ ବନ୍ଧୁକଧାରୀ ସେହି ଅଞ୍ଚଳରେ ପଶି ଆସିଥିଲେ, ଯାହା ଫଳରେ ତୀବ୍ର ଗୁଳିବିନିମୟ ଆରମ୍ଭ ହୋଇଥିଲା।
ପ୍ରାରମ୍ଭିକ ବିସ୍ଫୋରଣ ପରେ ଅନେକ ବିସ୍ଫୋରଣ ଶୁଣାଯାଇଥିଲା। ଏହାର ପ୍ରଭାବ ଯୋଗୁଁ ନିକଟବର୍ତ୍ତୀ ଅନେକ ଘର ଏବଂ ସୁରକ୍ଷା ସଂସ୍ଥାନର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିବାରୁ କିଛି ଅଧିକାରୀ ଆହତ ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ଆହୁରି ପଢ଼ନ୍ତୁ: ଆଜି ଯୋଗୀ କ୍ୟାବିନେଟର ସଂପ୍ରସାରଣ