ଜାପାନ ନୌସେନାର ୨ ହେଲିକପ୍ଟର କ୍ରାସ । ପ୍ରଶାନ୍ତ ମହାସାଗରରେ କ୍ରାସ୍ ହୋଇଛି ଜାପାନ ନୌସେନାର ଦୁଇଟି ହେଲିକପ୍ଟର। ଏହା ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଏବେ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ରାତ୍ରି ସମୟରେ ଏଭଳି ଦୁର୍ଘଟଣା ଘଟି ଥିବାର ସୂଚନା ମିଳିଛି । ନୌସେନାର ହେଲିକପ୍ଟର ୨ ଟିରେ ଚାଲାକ ଦଳର ୮ ଜଣ ସଦସ୍ୟ ଥିଲେ ।
ସୂଚନା ଅନୁଯାୟୀ,ମେରିଟାଇମ୍ ସେଲ୍କ ଡିଫେନ୍ସ ଫୋର୍ସର ଦୁଇଟି ଏସ୍ଏଚ୍-60କେ ହେଲିକପ୍ଟର ଉଡାଣ ଭରିଥିଲା । ୨ଟି ହେଲିକପ୍ଟରରେ ୪ ଜଣ ଲେଖାଏ ସଦସ୍ୟ ଥିଲେ । ତେବେ ଦୁର୍ଘଟଣାର କାରଣ ବିଷୟରେ ଏପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଦୁଇଟି ହେଲିକପ୍ଟର ପରଷ୍ପର ସହ ମୁହାଁମୁହିଁ ହୋଇଥିବା ଅନୁମାନ କରାଯାଉଛି । ଏପରିକି ଗୋଟିଏ ଦୁଇଟି ସ୍ଥାନରୁ ହେଲିକପ୍ଟରର ଭଗ୍ନାବଶେଷ ଜବତ କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେନା ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ।