ନୂଆଦିଲ୍ଲୀ: ପୁଣି ମଧ୍ୟ ପ୍ରାଚ୍ୟ ଅଶାନ୍ତ ହୋଇପଡ଼ିଛି । ସେପଟେ ଆୟତୁଲ୍ଲା ଖାମନେଇଙ୍କ ମୃତ୍ୟୁର ପ୍ରତିଶୋଧର ନିଆଁରେ ଜଳୁଛି ଇରାନ । ଇସ୍ରାଏଲ୍, ଆମେରିକା ସମେତ ୧୩ ଜଣଙ୍କୁ ହିଟଲିଷ୍ଟରେ ରଖିଛି ଇରାନ । ସ୍ଥାନୀୟ ଗଣମାଧ୍ୟମରେ ଇରାନ୍ ହିଟଲିଷ୍ଟରେ ବେଞ୍ଜାମିନ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନ୍ୟ ଇରୋପୀୟ ଦେଶର ମୁଖ୍ୟଙ୍କ ଫଟୋ ପ୍ରକାଶ ପାଇଛି ।
ଏହି ତାଲିକା ଇରାନ ରାଜଧାନୀର ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ଏକ ଖବରକାଗଜ ‘ହାମଶାହରି’ "Hamshahri" ହିଟଲିଷ୍ଟରେ ଥିବା ନେତାଙ୍କ ଫଟୋ ଏବଂ ନାଁ ପ୍ରକାଶ ପାଇଛି । ପ୍ରଥମରେ ରହିଛନ୍ତି ନେତାନ୍ୟାହୁ ଏବଂ ଟ୍ରମ୍ପ । ସେମାନଙ୍କ ତଳେ କମଳା ରଙ୍ଗର ଜେଲ୍ ୟୁନିଫର୍ମ ପିନ୍ଧିଥିବା ଅନ୍ୟ ୧୧ ଜଣ ନେତା ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ କୈର ଷ୍ଟାରମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍, ଆମେରିକାର କେନ୍ଦ୍ରୀୟ କମାଣ୍ଡର ବ୍ରାଡ୍ କୁପର, ଇସ୍ରାଏଲରେ ଥିବା ଆମେରିକାର ରାଷ୍ଟ୍ରଦୂତ ମାଇକ୍ ହୁକାବି, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖ୍ୟ କର୍ମଚାରୀ ଇୟାଲ୍ ଜମିର ଏବଂ ଇସ୍ରାଏଲୀ ବୈଦେଶିକ ମନ୍ତ୍ରୀ ଗିଦିଓନ୍ ସାର୍ ସାମିଲ ଅଛନ୍ତି।
ପ୍ରକାଶିତ ଫଟୋରେ ଶୀର୍ଷକ ରଖାଯାଇଛି "ଆକସ୍ମିକ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ।" ଏହା ସହିତ ମୋଜତବା ଖାମନେଇଙ୍କ ଏକ ବିବୃତ୍ତି ମଧ୍ୟ ପ୍ରକାଶ ପାଇଥିଲା । ସେ ଦୃଢ଼ ଭାବରେ କହିଥିଲେ ଯେ ପ୍ରତିଶୋଧ ହେଉଛି ଆମ ଦେଶର ଇଚ୍ଛା ଏବଂ ଏହାକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ମୋଜତାବା ତାଙ୍କ ପିତାଙ୍କ ଶବଦାହ ପରେ ଏହି ବିବୃତ୍ତି ଦେଇଥିଲେ ।