ଭାରତରେ ତୃତୀୟ କୋଭିଡ ଟିକା ସ୍ପୁଟିନିକ୍‌-ଭି କୁ ବ୍ୟବହାର ପାଇଁ ଅନୁମୋଦନ
Khabar Odisha:sputinik-v-get-aprooved-for-emergency-use-in-india

ନୁଆଦିଲ୍ଲୀ,୧୨ଏପ୍ରିଲ(ଖବର ଓଡିଶା); ଗତ କାଲଠୁି ଭାରତରେ ଟିକା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଦେଶରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ବ୍ୟବହାର ପାଇଁ ଆଗରୁ ଅନୁମୋଦନ ମିଳିଥିଲା ବେଳେ ଏବେ ତୃତୀୟ ଟିକା ଭାବରେ ରୁଷିୟ ଟିକା ସ୍ପୁଟିନିକ୍‌-ଭି କୁ ବ୍ୟବହାର ପାଇଁ ଅନୁମୋଦନ ମିଳିଛି ।

ରୁଷର ଏହି ଟିକା ପ୍ରଥମ କୋରୋନା ଟିକା ଭାବରେ ଗତବର୍ଷ ଅଗଷ୍ଟ ୧୧ ତରିଖରେ ରୁଷରେ ବ୍ୟବହାର ପାଇଁ ପ୍ରଥମେ ଅନୁମୋଦନ ମିଳିଥିଲା । ଏହି ଟିକାର ପ୍ରଥମ ଓ ଦ୍ୱିତ୍ୱୀୟ ପର୍ଯ୍ୟାୟ ପରିକ୍ଷାରେ ୯୧.୬% ପ୍ରତିଶତ ପ୍ରଭାବି ବୋଲି ବିଶ୍ୱର ଅଗ୍ରଣି ପତ୍ରିକା ଲାନ୍ସେଟ ପକ୍ଷରୁ କୁହାଯାଇଥିଲା । 

ତେବେ ଏହି ଟିକାର ଜରୁରୀକାଳିନ ବ୍ୟବହାର ଉପରେ ଅନୁମୋଦନ ଦେବା ପରେ ଭାରତରେ ଟିକାକରଣର ଗତି ବଢିବ ବୋଲି ବିଶେଶଜ୍ଞ ମାନେ ଆଶା ପ୍ରକଟ କରିଛନ୍ତି । ଭାରତରେ ଡ.ରେଡ୍ଡି ଫାର୍ମା ଏହି ଟିକାର ପ୍ରସ୍ତୁତି ପାଇଁ ଚୁକ୍ତିବଦ୍ଧ ହୋଇଛି ।

  • Tags:

Subscribe

National International State Sports Entertainment