ନୂଆଦିଲ୍ଲୀ: ଭାରତରେ ୧୬ ଲକ୍ଷରୁ ଅଧିକ ଶିଶୁ ଟୀକା କରଣରୁ ବଞ୍ଚିତ ହୋଇଛନ୍ତି । ୨୦୨୩ରେ ଗୋଟିଏ ବର୍ଷ ମଧ୍ୟରେ ଟୀକାଠାରୁ ଦୂରେଇ ରହିଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ୟୁନିସେଫ୍ । ଏହି ତାଲିକାରେ ନାଇଜେରିଆ ପ୍ରଥମ ସ୍ଥାନରେ ରହିଛି ।
ୟୁନିସେଫ୍ ମୁତାବକ, ୨୦୨୩ରେ ଭାରତରେ ୧୬ ଲକ୍ଷରୁ ଅଧିକ ଶିଶୁ ଗୁରୁତ୍ୱପୂର୍ଣ୍ଣ ଡିପିଟି ଏବଂ ମିଳିମିଳା ଟୀକା ଟୀକା ଲଗାଇ ନାହାଁନ୍ତି । ଟୀକାଠାରୁ ଦୂରେଇ ରହିବା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଶିଶୁମାନେ କୌଣସି ବି ଟୀକା ନେଇ ନାହାଁନ୍ତି । ଚଳିତ ମାସ ୧ ତାରିଖରେ ପର୍ଯ୍ୟନ୍ତ ଦିଆଯାଇଥିବା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଟୀକା ନେଇ ନ ଥିବା ଶିଶୁଙ୍କ ସଂଖ୍ୟା ୧ କୋଟି ୩୯ ଲକ୍ଷରୁ ବୃଦ୍ଧି ପାଇ ୧ କୋଟି ୪୫ ଲକ୍ଷରେ ପହଁଚିଛି । ଶିଶୁମାନେ ପ୍ରଥମ ଟୀକା ନେବା ପରେ ଦ୍ୱିତୀୟ ଟୀକା ନେଇ ନାହାନ୍ତି ।
ୟୁନିସେଫ୍ ର ସୂଚନା ମୁତାବକ, ୧୦ଟି ଦେଶ ଏହି ତାଲିକାରେ ରହିଛନ୍ତି । ନାଇଜେରିଆ ପ୍ରଥମ ସ୍ଥାନରେ ରହିଛି । ନାଇଜେରିଆରେ ୨୧ ଲକ୍ଷ ଶିଶୁ ଟୀକା ନେବାରୁ ବଞ୍ଚିତ ହୋଇଛନ୍ତି । ଭାରତ ସମେତ ନାଇଜେରିଆ, କଙ୍ଗୋ, ଇଥିଓପିଆ, ସୁଦାନ ଏବଂ ପାକିସ୍ଥାନ ସର୍ବନିମ୍ନ ଶୂନ୍ୟ-ଡୋଜ୍ ତାଲିକାରେ ରହିଛନ୍ତି ।