ବିହାର: ବିହାରରେ ଭୂତଳ ଜଳ ପ୍ରଦୂଷଣ ସମସ୍ୟା ଏବେ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟକୁ ସିଧାସଳଖ ପ୍ରଭାବିତ କରୁଛି। ପାଟନାର ମହାବୀର କର୍କଟ ସଂସ୍ଥାନ ଏବଂ ନୂଆଦିଲ୍ଲୀର ଏମ୍ସ ଦ୍ୱାରା ଏକ ମିଳିତ ଅଧ୍ୟୟନରୁ ଜଣାପଡିଛି ଯେ ବିହାରର ଛଅଟି ଜିଲ୍ଲା: ଭୋଜପୁର, ସମସ୍ତିପୁର, ମୁଙ୍ଗେର, ଭାଗଲପୁର, ଖଗାରିଆ ଏବଂ ନାଳନ୍ଦାରେ ସ୍ତନ୍ୟପାନ କରାଉଥିବା ମା'ଙ୍କ କ୍ଷୀରରେ ୟୁରାନିୟମ ଚିହ୍ନଟ ହୋଇଛି। ଅକ୍ଟୋବର ୨୦୨୧ରୁ ଜୁଲାଇ ୨୦୨୪ ମଧ୍ୟରେ କରାଯାଇଥିବା ଏହି ଅଧ୍ୟୟନରେ ୧୭ରୁ ୩୫ ବର୍ଷ ବୟସର ୪୦ ଜଣ ମା'ଙ୍କ କ୍ଷୀର ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ସମସ୍ତଙ୍କ କ୍ଷୀରରେ ୟୁରାନିୟମ ଥିଲା।
ବୈଜ୍ଞାନିକଙ୍କ ଅନୁଯାୟୀ, ଖଗାରିଆରେ ସର୍ବାଧିକ ସ୍ତର ଏବଂ ନାଳନ୍ଦାରେ ସର୍ବନିମ୍ନ ସ୍ତର ମିଳିଥିଲା। ଏହି ଅଧ୍ୟୟନର ନେତୃତ୍ୱ ମହାବୀର କର୍କଟ ସଂସ୍ଥାନର ଡକ୍ଟର ଅରୁଣ କୁମାର ନେଇଥିଲେ। ନୂଆଦିଲ୍ଲୀ ଏମ୍ସର ଡକ୍ଟର ଅଶୋକ ଘୋଷ ଏହି ଗବେଷଣାର ସହ-ଲେଖନ କରିଥିଲେ। ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ୟୁରାନିୟମ ଭୂତଳ ଜଳ ମାଧ୍ୟମରେ ଶରୀରରେ ପ୍ରବେଶ କରୁଛି, ଏହି ଜିଲ୍ଲାଗୁଡ଼ିକର ପାଣି ପୂର୍ବରୁ ଦୂଷିତ ହୋଇଥିବା ରିପୋର୍ଟ କରାଯାଇଛି। ଏହା ଦୂଷିତ ପାନୀୟ ଏବଂ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରେ ଏବଂ ତା’ପରେ ମା’ଙ୍କ ମା’ କ୍ଷୀରରେ ପହଞ୍ଚି ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ପାରେ ବୋଲି ଅନୁମାନ କରାଯାଉଛି।
ମା' କ୍ଷୀର ମାଧ୍ୟମରେ ୟୁରାନିୟମ ଶିଶୁଙ୍କ ଶରୀରକୁ ଯିବ ଦ୍ୱାରା ଉଭୟ କ୍ୟାନ୍ସର ଏବଂ ଅଣ କ୍ୟାନସର ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଥିଯୋଗୁ ଶିଶୁଙ୍କ ହାଡ଼ ବିକଶିତ ନ ହୋଇପାରେ, ରକ୍ତହୀନତା, ଥକ୍କାପଣ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ଯକୃତ, ବୃଜଜ୍ ଏବଂ ଚର୍ମ ପ୍ରଭାବିତ ହୋଇଥାଏ, ଦୀର୍ଘ ସମୟ ଧରି ୟୁରାନିୟମ ଶରୀରକୁ ଯିବା ଦ୍ୱାରା ଶରୀରରେ କ୍ୟାନସରର ବିପଦ ବଢିଥାଏ, ସ୍ନାୟୁ ଜନିତ ରୋଗର ମଧ୍ୟ ଆଶଙ୍କା ବଢିଥାଏ। ଗବେଷକମାନେ ଆହୁରି କହିଛନ୍ତି, ଯେ ମା’ କ୍ଷୀରରେ ୟୁରାନିୟମ ଉତ୍ସ କେଉଁଠାରୁ ଆସିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ସିଧାସଳଖ ପିଲାମାନଙ୍କ ପାଖରେ ପହଞ୍ଚିବା ଘଟଣା ଅତ୍ୟନ୍ତ ଗମ୍ଭୀର।
ବିହାରର ଛଅଟି ଜିଲ୍ଲାରେ, ଲୋକଙ୍କ ପାନୀୟ ଜଳ ଏବଂ ଖାଦ୍ୟ ଶସ୍ୟ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଅଧ୍ୟୟନ ପାଇଁ ଏହି ଟିମ୍ ପାଟନା, ବୈଶାଳୀ, ସରନ, ଭୋଜପୁର, ବକ୍ସର ଏବଂ ନାଳନ୍ଦା ଜିଲ୍ଲା ସର୍ଭେ କରିଥିଲା। ମୋଟ ୨୮୬ ପରିବାରରୁ ହ୍ୟାଣ୍ଡପମ୍ପ ପାଣି, ଗହମ, ଚାଉଳ, କେଶ ଏବଂ ନଖର ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଛି ଯେ ପ୍ରାୟ ୧୪% ହ୍ୟାଣ୍ଡପମ୍ପ ପାଣି, ୪୪% ଗହମ ନମୁନା ଏବଂ ୩% ଚାଉଳ ନମୁନାରେ ଆର୍ସେନିକ୍ ସ୍ତର WHO ସୁପାରିଶ ସୀମା ଅତିକ୍ରମ କରିଛି।