ପୁଣି କାୟା ବିସ୍ତାର କରୁଛି କରୋନା: ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡଲାଇନ ଜାରି ଖବର ଓଡିଶା : 21/04/2023: Share story: ପୁଣି ନିଜର କାୟା ବିସ୍ତାର କରୁଛି କରୋନା । ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଉପରକୁ ବଢିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୧୧୬୯୨ ନୂଆ ସଂକ୍ରମିତ ହୋଇଥିବା ବେଳେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬୧୭୦ରେ ପହଞ୍ଚିଛି । କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧୧ରେ ପହଞ୍ଚିଛି । ସେହିଭଳି ୧୯୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ତେଣୁ କରୋନା ଗାଇଡଲାଇନ ପାଳନ କରିବାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । Covid India Odisha KhabarOdisha ଖବର ଓଡ଼ିଶା, Reporter, 21/04/2023