ଭିଟାମିନ୍ 'ଡି' ଏକ ଜରୁରୀ ପୋଷକ ତତ୍ବ । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହି ପୋଷକ ତତ୍ତ୍ବ ହାଡ଼କୁ ଶକ୍ତ ଓ ମଜବୁତ୍ କରିବାରେ ସାହାର୍ଯ୍ୟ କରିଥାଏ ।
ଭିଟାମିନ୍ 'ଡି' କିମ୍ବା ଭିଟାମିନ୍ ‘ସନ୍ସାଇନ୍’ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ବ ଅଟେ। ଯାହା ମନୁଷ୍ୟ ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ର ପରିମାଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହାଡ଼, ଦାନ୍ତ ଏବଂ ମାଂସପେଶୀ ଗଠନକୁ ପ୍ରୋତ୍ସାହିତ କରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ବା (ଏନ୍ଏଚ୍ଏସ୍)ର ସୂଚନା ଅନୁଯାୟୀ, ଭିଟାମିନ୍ ଡି ପିଲାମାନଙ୍କଠାରେ 'ରିକେଟ୍' ଭଳି ହାଡ଼ର ବିକଳାଙ୍ଗତା ଏବଂ ବୟସ୍କମାନଙ୍କଠାରେ ଅଷ୍ଟିଓମାଲାସିଆ ନାମକ ଅସ୍ଥିରୋଗ ଜନିତ ଯନ୍ତ୍ରଣାକୁ ରୋକିବାରେ ସାହାଯ୍ୟ କରିଥାଏ । କଣ ଆପଣ ମାନେ ଜାଣନ୍ତି କି କେଉଁଥିରୁ ଭିଟାମିନ୍ ‘ଡି’ ମିଳିଥାଏ । ସାଧାରଣତଃ ସୂର୍ଯ୍ୟୋକିରଣରୁ ଭିଟାମିନ୍ ‘ଡି’ ମିଳିଥାଏ । ନିଜ ଶରୀରରେ ଯଦି ଆପଣଙ୍କୁ ଭିଟାମିନ୍ ‘ଡି' ର ଅଭାବ ଅଛି ବୋଲି ଅନୁଭବ କରୁଛନ୍ତି । ତେବେ ଏହି ସବୁ ଖାଦ୍ୟ ଖାଇଲେ ଆପଣଙ୍କର ଭିଟାମିନ୍ ‘ଡି' ର ଅଭାବ ଦୂର ହୋଇଯିବ । ମାଛ ହେଉଛି ଭିଟାମିନ୍ 'ଡି' ର ସବୁଠାରୁ ଭଲ ଉତ୍ସ ।
ଆପଣ ଭିଟାମିନ୍ 'ଡି'ର ସନ୍ତୁଳନକୁ ନିଜ ଶରୀରରେ ବଜାୟ ରଖିବାକୁ ଚାହୁଁଥିଲେ ଆବଶ୍ୟକ ପରିମାଣର ମାଛ ଖାଆନ୍ତୁ । ମାଛ ସହ ଅଣ୍ଡା ମଧ୍ୟ ଖୁବ୍ ଉପକାରୀ । ଅଣ୍ଡାକୁ ସିଝେଇ ଖାଇବା ଦ୍ବାରା ଶରୀରରୁ ଭିଟାମିନ୍ 'ଡି’ର ଅଭାବ ଦୂର ହୋଇଥାଏ । ଅଣ୍ଡା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ । ଏହା ଅନ୍ୟ ସବୁ ସମସ୍ୟାକୁ ବି ଦୂର କରିଥାଏ । କ୍ଷୀର ଏବଂ କମଳା ରସରେ ଉତ୍ତମ ପରିମାଣର ଭିଟାମିନ୍ 'ଡି' ମିଳିଥାଏ । ଏବେ ଜାଣିବା ଭିଟାମିନ 'ଡ଼ି ଅଭାବରୁ ଛୋଟ ପିଲାମାନଙ୍କ ଭିତରେ କଣ ସବୁ ସମସ୍ୟା ଦେଖାଦିଏ । ଭିଟାମିନ 'ଡ଼ି' ଅଭାବରୁ ପିଲାମାନଙ୍କୁ ଅବଶ ଲାଗିଥାଏ । ପିଲାମାନଙ୍କ ମାଂସପେଶୀ ଗୁଡିକ ଆବଶ୍ୟକତା ଅନୁଯାୟୀ ଟାଣ ନହୋଇ ଅତି କୋମଳ ଲାଗେ । ପେଟ ପାଖ ମାଂସପେଶୀ ଗୁଡିକ ଓହଳି ପଡେ ।'ରିକେଟ୍ 'ରୋଗରେ ପ୍ରଭାବିତ ପିଲାଙ୍କର ଅଭିବୃଦ୍ଧିରେ ବିଳମ୍ବ ଘଟିଥାଏ । ଯେମିଟିକି ଡେରିରେ ଦାନ୍ତ ଉଠିବା । ସବୁଠାରୁ ବଡକଥା ହେଲା କି ଏହି ରୋଗର ମୁଖ୍ୟ ପରିବର୍ତ୍ତନ ଗୁଡିକ ହାଡ ସମ୍ଭନ୍ଧୀୟ ଅଟେ ।
ଦୁଇ ବର୍ଷରୁ ଅଧିକ ବୟସ ହେଲା ପର୍ଯ୍ୟନ୍ତ ଯଦି ପିଲାକୁ ଏହି ରୋଗ ଲାଗିରହେ ତେବେ ମେରୁହାଡରେ ବିକୃତି ଦେଖାଯାଇପାରେ । ଭିଟାମିନ୍ 'ଡି' ର ପ୍ରତିଷୋଧକ ବ୍ୟବସ୍ଥା ହେଲା ଆବଶ୍ୟକ ପରିମାଣର କ୍ୟାଲସିୟମ୍ ଜାତୀୟ ଖାଦ୍ୟ ଖାଇବା ।
ଆଗକୁ ପଢନ୍ତୁ :- 2025 ମସିହା ପରେ ଉଭାନ୍ ହୋଇଯିବ ଶନି ଗ୍ରହର ସୁନ୍ଦର ବଳୟ