ଦିନକୁ ଦିନ ବଢ଼ିବାରେ ଲାଗିଛି ସର୍ପାଘାତ ମୃତକଙ୍କ ସଂଖ୍ୟା | ଯାହା ଜନସ୍ଵାସ୍ଥ୍ୟ ବିଭାଗଙ୍କର ଚିନ୍ତା ବଢ଼ାଉଛି | ସମସ୍ତ ମେଡିକାଲରେ ଆଣ୍ଟି ଭେନମ ପ୍ରସ୍ତୁତ ରଖିବା ସହ ସତର୍କ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ | ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ଵାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛନ୍ତି ଗାଇଡଲାଇନ | ଗାଇଡଲାଇନକୁ ନେଇ ସବୁ ସିଡିଏମଓଙ୍କୁ ଜନସ୍ଵାସ୍ଥ୍ୟ ବିଭାଗର ଚିଠି | ସବୁ ମେଡିକାଲ୍ ରେ ଔଷଧ ଓ ଟେଷ୍ଟିଙ୍ଗ ମାଗଣା ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ | ସାପ କାମୁଡିଲେ ଲୋକେ ଯେମିତି ଗୁଣି ଗାରେଡି ଚିକିତ୍ସାରେ ସମୟ ନଷ୍ଟ ନ କରି ତୁରନ୍ତ ମେଡିକାଲରେ ଚିକିତ୍ସା ହୁଅନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ | ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ଦେବେ | ରାଷ୍ଟ୍ରୀୟ ୱାର୍ଲଡ ସ୍ୱାସ୍ଥ୍ୟ ଟିମ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବେ | ହଷ୍ଟେଲରେ ମୂଷା , ବେଙ୍ଗ ନ ପସିବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି |