ଆନ୍ତର୍ଜାତୀୟ ନର୍ସ ଦିବସ୨୦୨୧, ଦୈନଦିନ ହିରୋ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି
Khabar Odisha:International-Nurses-Day-2021-Thank-You-Nurses-Our-Everyday-Heroes-International-Nurses-Day-Images-Show-solidarity-with-the-nurses-today-and-every-day-says-the-UN---International-Nurses-Day-2021

ନୁଆଦିଲ୍ଲୀ, ମେ୧୨(ଖବର ଓଡିଶା); ୧୮୨୦ ମସିହା ଆଜିର ଦିନରେ ବିଶ୍ୱର ପ୍ରଶିଦ୍ଧ ନର୍ସ ଫ୍ଲୋରେନ୍ସ ନାଇଟ୍‌ଆଙ୍ଗେଲ୍ ଜନ୍ମ ନେଇଥିଲେ । ତାଙ୍କରି ଜନ୍ମ ଦିବସରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଥିବା ବେଳେ, ସମସ୍ତ ନର୍ସ ଜଗତ ତାଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ସେ ଜଣେ ବ୍ରିଟିସ୍ ନର୍ସ ହୋଇଥିବା ବେଳେ ଆଧୂନିକ ନର୍ସ ଜଗତର ଏକ ମୁଖ୍ୟ ସ୍ତମ୍ଭ । 

ଚଳିତ ଅନ୍ତର୍ଜାତୀୟ ନର୍ସ ଦିବସରେ ବିଶ୍ୱର ସମସ୍ତ ଲୋକେ କରୋନା ମହାମାରୀ ସମୟରେ ସମସ୍ତ ନର୍ସ ମାନଙ୍କ ପ୍ରତି କୃତଙ୍ଗ । କରୋନା ମହାମାରୀ ଭଳି କଠିନ ସମୟରେ ପ୍ରତ୍ୟେକ ନର୍ସ ମାନେ ମେଡିକାଲ ଗୁଡିକର ମେରୁଦଣ୍ଡ ଭଳି କାର୍ଯ୍ୟ କରୁଛନ୍ତି । ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଧାରୁ ଅଧୀକ ମେଡିକାଲ କର୍ମଚାରୀ ନର୍ସ ମାନେ ଅଟନ୍ତି ଏବଂ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାଇ ସମଗ୍ର ବିଶ୍ୱରେ ଏବେ ୫୦ ଲକ୍ଷରୁ ଉର୍ଦ୍ଧ ନର୍ସ ଆବଶ୍ୟକ ଅଛନ୍ତି । ନର୍ସଙ୍କ ସଂଖ୍ୟା ଦୃଷ୍ଟିରୁ ୧୩୩ବିକାଶଶୀଳ ଦେଶ ମଧ୍ୟରେ ଭାରତ ୭୫ ତମ ସ୍ଥାନରେ ରହିଛି । ଏବେ ସୁଦ୍ଧା ଭାରତରେ ତାଲିମ ପ୍ରାପ୍ତ ନର୍ସଙ୍କର ଘୋର ଅଭାବ ରହିଛି । 

୨୦୨୦ କରୋନା ମହାମାରୀ ଆସିବା ପୁର୍ବରୁ ଭାରତରେ ପାଖାପାଖି ୨୦ ଲକ୍ଷ ନର୍ସଙ୍କର ଅଭାବ(୨୦୧୯) ଥିବା ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା । ଭାରତରେ ପ୍ରତି ୧୦୦୦ ଜନସଂଖ୍ୟାରେ ୨.୧ ନର୍ସ ଥିବା ବେଳେ ଏହା ଇଟାଲୀରେ ୫.୮ ଏବଂ ଆମେରିକାରେ ୮.୫ ଅଛି । 

କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱରେ ନର୍ସ ମାନେ ଅତ୍ୟନ୍ତ ସାହାସ ଏବଂ ଉତ୍ସାହ ଦେଖାଇ ନିଜର ଜୀବନକୁ ପଛରେ ପକାଇ ଅନ୍ୟର ଜୀବମ ବଞ୍ଚାଇବାକୁ ସେବା କରୁଛନ୍ତି ଏହି ଭଳି ସମୟରେ ନର୍ସ ଦବସରେ ସେମାନଙ୍କ ପ୍ରତି ଏକତା ଦେଖାଇବାକୁ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏକ ଟ୍ୱିଟ୍ ଜରିଆରେ କୁହା ଯାଇଛି । ତେବେ ଆଜିର ସେବିକା ଦିବସରେ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment