ପରିବାପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍ରେ ପରିବା ସାମିଲ୍ କରିବାକୁ ବିଶେଷଜ୍ଞ କହିଥାନ୍ତି। ଏହାଦ୍ଵାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ପରିବା ମଧ୍ୟରେ ଭେଣ୍ଡି ହେଉଛି ପ୍ରାୟ ସମସ୍ତ ଲୋକଙ୍କର ପସନ୍ଦର ପରିବା । ଏହି ପରିବା ସ୍ୱାଦ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଯେଉଁ ଲୋକମାନଙ୍କଠାରେ ମଧୁମେହର ବା ଡାଇବେଟିସର ସମସ୍ୟା ରହିଛି, ସେମାନଙ୍କ ପାଇଁ ଭେଣ୍ଡି ଖୁବ୍ ଲାଭଦାୟକ । ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଏଥିରେ ଥିବା ଡାଇଟରି ଫାଇବର ଶର୍କରାକୁ ତୀବ୍ର ବେଗରେ ନିୟନ୍ତ୍ରିତ କରିଥାଏ । ଭେଣ୍ଡିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ ।
ଭେଣ୍ଡି ମଧୁମେହ ରୋଗୀଙ୍କ ପାଇଁ ଔଷଧଠାରୁ କୌଣସି ଗୁଣରେ କମ୍ ନୁହେଁ । ଏଥିରେ ପୋଟାସିୟମ୍, ଭିଟାମିନ୍-ସି, କ୍ୟାଲସିୟମ୍ ସହ ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ । ଚାଲନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେମିତି ଲାଭଦାୟକ। ଭେଣ୍ଡିରେ ବହୁ ମାତ୍ରାରେ ଫାଇବର ରହିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଜରୁରି। ଫାଇବର କବ୍ଜ ଠାରୁ ଦୂରେଇ ରଖିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଡାଏଟ୍ରେ ନିୟମିତ ଭେଣ୍ଡି ସାମିଲ୍ କରିବା ଦ୍ଵାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଭେଣ୍ଡି ଆଣ୍ଟି-ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ। ଏହାକୁ ଖାଇବା ସହ ଜୀବନଶୈଳୀକୁ ମଧ୍ୟ ନିୟନ୍ତ୍ରିତ ରଖିବାକୁ ପଡିଥାଏ।
ଭେଣ୍ଡି କମ୍ କ୍ୟାଲୋରୀଯୁକ୍ତ ହୋଇଥାଏ । ଯଦି ଆପଣ ନିଜକୁ ସ୍ଲିମ ରଖିବାକୁ ଚାହାନ୍ତି, ତେବେ ଭେଣ୍ଡି ଭଲ ବିକଳ୍ପ । କମ୍ କ୍ୟାଲୋରୀଯୁକ୍ତ ହୋଇଥିବାରୁ ଏହା ଓଜନ ବଢିବାକୁ ଦିଏନା । ତେବେ ଡାଏଟ୍ରେ ଭେଣ୍ଡିକୁ ସାମିଲ୍ କରନ୍ତୁ । ମଧୁମେହ ରୋଗୀ ଭେଣ୍ଡି ଖାଇବା ସମୟରେ ଏଥିରେ ଯଥାସମ୍ଭବ କମ୍ ତେଲ ମସଲା ବ୍ୟବହାର କରିବା ଉଚିତ୍ । ଏପରି ଖାଇବା ଦ୍ୱାରା ହିଁ ରକ୍ତରେ ଶର୍କରାସ୍ତରକୁ କମ୍ କରାଯାଇପାରିବ । ସେହିପରି ନିୟମିତ ରାତିରେ ଗୋଟିଏ ଭେଣ୍ଡିକୁ ଦୁଇ ଖଣ୍ଡ କରି ପାଣିରେ ପକାଇ ପରଦିନ ସକାଳେ ସେହି ପାଣିକୁ ପିଇବା ଦ୍ଵାରା ମଧ୍ୟ ମଧୁମେହ ନିୟନ୍ତ୍ରିତ ହୋଇଥାଏ।
ଅଧିକ ପଢନ୍ତୁ ;- ସାମ୍ନାକୁ ଆସିଛି ଡାଇବେଟିସର ଆଉ ଏକ ନୂଆ ଲକ୍ଷଣ