କ'ଣ ଆପଣଙ୍କ ପାଟିରୁ ଗନ୍ଧ ବାହାରୁଛି ତେବେ ହୋଇଯାଆନ୍ତୁ ସାବଧାନ କାହିଁକିନା ଯଦି ଆପଣଙ୍କ ମୁହଁରୁ ଯଦି ଆସାମାନ୍ୟ ଗନ୍ଧ ବାହାରୁଛି ଏହାର ଅର୍ଥ ଆପଣଙ୍କ ବ୍ଲଡ ସୁଗାର ଅଧିକ ହୋଇପାରେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଆପଣଙ୍କୁ ଡାଇବେଟିସ୍ ହେବାର ଏହା ହେଉଛି ଆଉ ଏକ ବଡ଼ ଲକ୍ଷଣ ।
ଆମ ଦେଶରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରୁ ଅଧିକାଂଶ ଟାଇପ୍ -୨ ଡାଇବେଟିସ୍ । କେବେ କେବେ ମଧୁମେହ ବା ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ଏହାର କିଛି ସାଧାରଣ ଲକ୍ଷଣ ଜଣାପଡିଥିଲେ ବି ଏବେ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଛି ବୋଲି ଦାବି କରିଛନ୍ତି ବିଶେଷଜ୍ଞ ।
ବିଶେଷଜ୍ଞ କହିବା କଥା ହେଉଛି ଆପଣଙ୍କ ପାଟିରୁ ଫଳର ଗନ୍ଧ ଆସିଲେ ଏହା ‘ଡାଏବେଟିକ୍ କିଟୋଏସିଡୋସିସ୍’ର ଲକ୍ଷଣ ହୋଇପାରେ, ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି କହିଛନ୍ତି । ୱେଟୱଚର୍ସଙ୍କ ଅନୁସାରେ, ‘ଡାଏବେଟିକ୍ କିଟୋଏସିଡୋସିସ୍’ ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା, ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯାଏ, ଫଳରେ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟିି ହୁଏ । ଫଳରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପାଟିରୁ ଏଭଳି କିଛି ଗନ୍ଧ ବାହାରିଲେ ଡେରି ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।
ଆଜି କାଲି ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି, ଆଉ ଏହି ଡାଇବେଟିସ୍ ନିଜ ସହ ଏକାଧିକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିପାରେ । ଘରେ ଘରେ ଲୋକମାନେ ଏବେ ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗରେ ପାକସ୍ଥଳୀରେ ଇନସୁଲିନ୍ କମ୍ ସୃଷ୍ଟି ହୋଇଥାଏ । ଇନସୁଲିନ୍ ହିଁ କାର୍ବୋହାଇଡ୍ରେଟକୁ ହଜମ କରାଇ ଶକ୍ତିରେ ପରିବର୍ତ୍ତିତ କରିଥାଏ । ଇନସୁଲିନ୍ ଅଭାବ କାରଣରୁ ଏହି କାର୍ବୋହାଇଡ୍ରେଟ୍ ଏନର୍ଜିରେ ପରିବର୍ତ୍ତିତ ହୋଇ ପାରି ନ ଥାଏ । ତେବେ ମଧୁମେହକୁ ନୀରବ ଘାତକ ଭାବରେ ବିବେଚନା କରାଯାଏ । କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଏ ।