ଟିକା ନେବା ପରେ ବି ହେଉଛନ୍ତି କରୋନା ସଂକ୍ରମିତ, ୩୧ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର
Khabar Odisha:Even-after-being-vaccinated-the-state-government-has-provided-information-on-more-than-31000-people-who-are-infected-with-the-corona

ଭୁବନେଶ୍ୱର, ଅଗଷ୍ଟ ୧୮ (ଖବର ଓଡ଼ିଶା): ରାଜ୍ୟରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଛି । ଏଭଳି ସ୍ଥିତିରେ ତୃତୀୟ ଲହର ପୂର୍ବରୁ ରାଜ୍ୟ ସରକାର ଟିକାକରଣକୁ ଅଧିକ ତ୍ୱରାନିତ୍ୱ କରିଛନ୍ତି । ଟିକା ହିଁ କରୋନା ବିରୋଧରେ ଏକ ମାତ୍ର ଅସ୍ତ୍ର ବୋଲି ବିଶ୍ୱାସ କରାଯାଉଥିବା ବେଳେ ଏବେ ରାଜ୍ୟରେ ଟିକା ନେବା ପରେ ବି ହେଉଛନ୍ତି କରୋନା ସଂକ୍ରମିତ ।

ବର୍ତମାନ ସୁଦ୍ଧା ରାଜ୍ୟରେ ଟିକା ନେବା ପରେ ୩୧ ହଜାରରୁ ଉର୍ଦ୍ଧ୍ୱ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ପ୍ରଥମ ଡୋଜ୍ ଟିକା ନେବା ପରେ ୧୭ ହଜାର ୮୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ୧୩ ହଜାର ୮୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏତେ ମାତ୍ରାରେ ଲୋକ ଟିକା ନେବା ପରେ ବି ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । କରୋନା ମହାମାରୀ ପ୍ରତି ସମୟରେ ନୂଆ ନୂଆ ଭ୍ୟାରିଏଣ୍ଟରେ ଲୋକମାନଙ୍କୁ ଆକ୍ରାନ୍ତ କରିଆସୁଛି । ଯାହାକୁ ନେଇ ଟିକା ନେବା ପରେ ଲୋକ ମାନେ କରୋନା ଦ୍ୱାରା ଆକ୍ରାନ୍ତ ହୋଇପଡୁଛନ୍ତି ।

ତେବେ ଟୀକା ନେବା ଲୋକମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି ସତ ମାତ୍ର ଟିକା ନେବା ମୃତ୍ୟୁ ହାର ଖୁବ୍ ରହିଛି ।

  • Tags:

Subscribe

National International State Sports Entertainment