ବୌଦ୍ଧ ସହର ସ୍ଥିତ ଅଗ୍ରୱାଲା ଭବନ ଠାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରାଣିଚିକିତ୍ସା ଦିବସ ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅନିରୁଦ୍ଧ ପଧାନ, ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଥିଲେ l ଏହି ଅବସରରେ ବୌଦ୍ଧ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ପ୍ରାଣୀ ପାଳକ, ପ୍ରାଣୀ ପ୍ରେମୀ, ମୈତ୍ରୀ, ଗୋମିତ୍ର, ପ୍ରାଣୀ ଧନ ନିରୀକ୍ଷକ ଏବଂ ପ୍ରାଣୀ ଚିକିତ୍ସକ ଯୋଗ ଦେଇଥିଲେ l ଡାଃ ଶୁଭେନ୍ଦୁ ଶେଖର ସାହୁ ,ବିଭାଗୀୟ ଉପ ନିର୍ଦ୍ଦେଶକ ତୃଣମୂଳ ସ୍ତରରେ ସରକାରୀ ଯୋଜନା ସଚେତନତା ସୃଷ୍ଚି କରିବା ସହିତ ସମାଜରେ ସୁଷମ ଖାଦ୍ୟ ଉତ୍ପାଦନ ତଥା ବିଭିନ୍ନ ମାରାତ୍ମକ ରୋଗ ନିୟନ୍ତ୍ରଣରେ ପ୍ରାଣିଚିକିତ୍ସକଙ୍କ ଭୂମିକା ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଇ ଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସମ୍ମାନିତ ଅତିଥି ଭାଵରେ ଯୋଗ ଦେଇ ଚାଷୀମାନଙ୍କୁ ନିଷ୍ଠାର ସହ କାମ କରି ଆୟ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇ ଥିଲେ । ଏହି ଅବସରରେ ଡାଃ ରାମା ରାଓ ପାଲୋ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ବିଜୟ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହରଭଙ୍ଗା ଏବଂ ବଳଦେବ ବେହେରା , ତହସିଲଦାର, ହରଭଙ୍ଗା ଯୋଗ ଦେଇ ପ୍ରାଣୀ ପାଳକ ମାନଙ୍କୁ କ୍ଷୀର, ମାଂସ ଏବଂ ଅଣ୍ଡା ଉତ୍ପାଦନ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କୁ ସମ୍ମାନିତ କରା ଯାଇଥିଲା ।