ଭୟ ବଢ଼ାଉଛି କରୋନା । ତାମିଲନାଡୁର ତିରୁଚୁନାପଲ୍ଲୀର ଜଣେ ଯୁବକ ସିଙ୍ଗାପୁରରେ କରୋନା JN ୧ ଭୂତାଣୁରେ ସଂକ୍ରମିତ ଥିବା ଜଣା ପଡିଥିଲା। କିନ୍ତୁ ଦର୍ଶକବନ୍ଧୁ ଏହା ଭାରତର ପ୍ରଥମ ମାମଲା ନୁହେଁ। ପ୍ରଥମ ମାମଲା କେରଳରେ ୧୩ ଡିସେମ୍ବରରେ ଚିହ୍ନଟ ହୋଇଛି। ଯାହା ପରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ରବିବାର ୫ ଜଣଙ୍କ ମୃତ୍ୟୁ ପରେ ୫୩୫ ନୂଆ ମାମଲା ଦୃଷ୍ଟିଗୋଚର ହୋଇଛି। ଯାହାକୁ ମିଶାଇଲେ ଭାରତରେ ସଂକ୍ରମଣ ମାମଲା ୧୭୦୧ରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟ ସଚିବ ସୁଧାଂଶୁ ପନ୍ଥ। ସେ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଚିଠି ମଧ୍ୟ ଲେଖିଛନ୍ତ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଗୋଟିଏ ଦିନରେ ୧୪୮ ନୂଆ କରୋନା ଭାଇରସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଏହି ସୂଚନା ରହିଛି। କୋଭିଡ -19, JN.1 ସଂକ୍ରମିତ ହୋଇଥିବା ୭ ଜଣଙ୍କୁ ଚାଇନା ଚିହ୍ନଟ କରିଛି। ଏପରିକି ଏହି ଭାଇରସ୍ ଆମେରିକାରେ ଦ୍ରୁତ ଗତିରେ ମାଡି ଚାଲିଛି।
ଶୀତ ବଢିଛି, ଆଉ ତା ସାଙ୍ଗେ ମାଡି ଆସୁଛି କରୋନାର ନୂଆ ଭାରିଏଣ୍ଟ। ବଢୁଥିବା କରୋନା ଜନିତ ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ୬୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୁଳକ କରାଯାଇଛି। କେରଳ ଓ ତାମିଲନାଡୁରେ କରୋନା ଜନିତ JN1ର ୨ ମାମଲା ମିଳିଛି। କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପର୍ଯ୍ୟାପ୍ତ ଟେଷ୍ଟି ଆରଟିପିସିଆର ଯାଞ୍ଚ ବ୍ୟବସ୍ଥା ବଢାଇବାକୁ ପାଇଁ ରାଜ୍ୟ ସରକାର ଯତ୍ନବାଦ୍ ହୁଅନ୍ତୁ ବୋଲି ନିର୍ଦ୍ଦେଶ ହୋଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଏହି ନୂତନ କୋଭିଡ୍ ଭେରିଏଣ୍ଟ ହେଉଛି BA.2.86ର ଅଂଶ। ଓମିକ୍ରନରୁ ଆସିଥିବା ଏହି ଭାଇରସକୁ 'ପିରୋଲା' ମଧ୍ୟ କୁହାଯାଏ। ଆମେରିକାରେ JN.1 ପ୍ରଥମେ ଚଳିତ ବର୍ଷ ସେପ୍ଟେମ୍ବରରେ ଚିହ୍ନଟ ହୋଇଥିଲା।
ଅଧିକ ପଢନ୍ତୁ :ପୁଣି ଫେରୁଛି କରୋନା