ବେଙ୍ଗ ପୋଡ଼ା ଖାଇ ଛଅ ବର୍ଷର ଝିଅର ମୃତ୍ୟୁ
Khabar Odisha:A-six-year-old-girl-died-after-being-eaten-poison-food
ଖବର ଓଡିଶା : 12/02/2023

 ବେଙ୍ଗ ପୋଡ଼ା ଖାଇ ଛଅ ବର୍ଷର ଝିଅର ମୃତ୍ୟୁ  | ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗାଁରେ |  ବେଙ୍ଗ ପୋଡ଼ା ଖାଇ ଏକ ଛଅ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଉଣୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ତାଙ୍କ ଭଉଣୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଝିଅଟିର ନାଁ ସୁମିତ୍ରା ମୁଣ୍ଡା। ତାଙ୍କ ବାପାଙ୍କ ନାଁ ମୁନା ମୁଣ୍ଡା । ସୂଚନା ଅନୁସାରେ, ଗତ ଗୁରୁବାର ରାତିରେ ମୁନା ମୁଣ୍ଡାଙ୍କ ଘରେ ଏକ ବେଙ୍ଗ ପଶି ପଶିଯିବାରୁ ମୁନା ତାକୁ ମାରି ନିଆଁରେ ପୋଡ଼ି ଦୁଇ ଝିଅଙ୍କ ସହିତ ଖାଇଥିଲେ। ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ଅସୁସ୍ଥ କାରଣରୁ ମୁନା ସକାଳେ ଦୁଇ ଝିଅଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣେ ଝିଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି।  

Subscribe

National International State Sports Entertainment