ଏହି ଭିଡିଓ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି, ବିୱି କା ଲଭଲି ୱାକଅପ୍ କଲ୍। ଏହା ସହ କ୍ୟାଟ୍ରିନା ଏକ ଭୂତ ଇମୋଜି ପୋଷ୍ଟ କରିଛନ୍ତି।ସେଲିବ୍ରେଟମାନଙ୍କ ସହିତ ପ୍ରଶଂସକମାନେ ମଧ୍ୟ କ୍ୟାଟ୍ରିନାଙ୍କ ଏହି ଭିଡିଓ ଉପରେ ବହୁତ ପ୍ରତିକ୍ରିୟା କରିଛନ୍ତି ।
ସିଦ୍ଧନ୍ ଚାତୁର୍ବେଦୀ, ଏଷା ଗୁପ୍ତା ଏବଂ ଶ୍ୱେତା ବଚ୍ଚନ ଏହି ଭିଡିଓରେ ଏକ ହସୁଥିବା ଇମୋଜି ପୋଷ୍ଟ କରିଛନ୍ତି। ଏଥି ସହିତ ବିକି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି ଯେ ପତ୍ନୀମାନେ ଏହାକୁ ଘରେ ଚେଷ୍ଟା କରନ୍ତି ନାହିଁ।