ଜୀବନକୁ ବାଜି ଲଗାଇ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ବଞ୍ଚାଇଲେ ଶାହରୁଖ
Khabar Odisha:shah-rukh-saved-the-life-of-aishwarya-manager
ମୁମ୍ବାଇ, ଅକ୍ଟୋବର ୩୦ (ଖବର ଓଡ଼ିଶା):

ସବୁବେଳେ ଟିଭି ପରଦାରେ ହିରୋ ହେଉଥିବା ବଲିଉଡ଼୍‌ ସୁପରଷ୍ଟାର ଶାହରୁଖ ଖାନ ବାସ୍ତବିକ ଜୀବନରେ ମଧ୍ୟ ଜଣେ ହିରୋ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ନିଜ ଜୀବନକୁ ବିପଦରେ ପକାଇ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜରଙ୍କୁ ବଞ୍ଚାଇଛନ୍ତି । ଏ ଘଟଣା ଦୀପାବଳି ଦିନ ରାତିରେ ଘଟିଛି । 

ଦୀପାବଳି ଅବସରରେ ବଚ୍ଚନ ପରିବାର ଏକ ଭୋଜିର ଆୟୋଜନ କରିଥିଲା । ଯେଉଁଥିରେ ବହୁ ବଲିଉଡ଼୍‌ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଶାହରୁଖ ନିଜ ପତ୍ନୀ ଗୌରୀଙ୍କ ସହିତ ଏହି ପାର୍ଟିରେ ପହଁଚିଥିଲେ । ପାର୍ଟି ପ୍ରାୟ ଶେଷ ହେବା ବେଳକୁ ହଠାତ୍‌ ଏକ ଦୀପରୁ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନ ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ଶାହରୁଖ ନିଜର ଜ୍ୟାକେଟ୍‌କୁ ଓହ୍ଲାଇ ଅର୍ଚ୍ଚନାଙ୍କ ଦେହରୁ ନିଆଁ ଲିଭାଇଥିଲେ । ଏଥିରେ ଅର୍ଚ୍ଚାନଙ୍କ ଡାହାଣ ହାତର ପ୍ରାୟ ୧୫ ପ୍ରତିଶତ ପୋଡ଼ି ଯାଇଛି । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ସମୟରେ ଶାହାରୁଖ ମଧ୍ୟ ଆହତ ହୋଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଅମିତାଭଙ୍କ ଦୀପାବଳି ଭୋଜିରେ ପୁରା ଅମ୍ବାନୀ ପରିବାର, କ୍ରିକେଟ୍‌ ଅଧିନାୟକ ବିରାଟ କୋହଲି, ଅନୁଷ୍କା ଶର୍ମା, ଋଷି କପୁର, ନୀତୁ ସିଂହ, ପରିଣିତି ଚୋପ୍ରା, ଅକ୍ଷୟ କୁମାର, ଶାହିଦ କପୁର, ମୀରା ରାଜପୁତ, କୃତି ସେନନ୍‌ ପ୍ରମୁଖ ଯୋଗ ଦେଇଥିଲେ । 

  • Tags:

Subscribe

National International State Sports Entertainment