ମୁମ୍ବାଇ,ଡିସେମ୍ବର 30 (ଖବର ଓଡ଼ିଶା):
ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚାରେ ରହିଆସିଛି। ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ କୁ ଏବେ ଏକ ନୂଆ ରୁପ ଦେବାର ସମୟ ଆସିଯାଇଛି । ତେବେ ଏବେ ଏହି ଦୁଇଜଣଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି ଏକ ରିପୋର୍ଟ ଅନୂଯାୟୀ ରଣବୀର-ଆଲିଆ ରାଜସ୍ଥାନର ରଣଥାମ୍ବୋରରେ ବିବାହ କରିବାକୁ ଯାଉଛନ୍ତି।
ଏହି ଖବର ସେମାନେ କାହାକୁ କହିନଥିବା ଜଣାପଡ଼ିଛି ତେବେ ଏହି ଉତ୍ସବ ପାଳନ କରିବାକୁ ବଡ଼ ବଡ଼ ସେଲିବ୍ରେଟମାନେ ମଧ୍ୟ ରାଜସ୍ଥାନର ରଣଥମ୍ବୋରରେ ଉପସ୍ଥିତ ଅଛନ୍ତି । ଏହି କଥା ମଧ୍ୟ ଆକରୁ ଶୁଣିବାକୁ ମିଳୁଥିଲା କି ରଣବୀର-ଆଲିଆ ନୂତନ ବର୍ଷରେ ହାତକୁ ଦି-ହାତ ହେବାକୁ ଯାଉଛନ୍ତି । ତେବେ ଏହି ସନ୍ଦେହ ସେତେବେଳେ ସତ ହେବାକୁ ଯାଉଛି ଯେତେବେଳେ ଦୁଇ ପରିବାର ଗୋଟିଏ ସ୍ଥାନରେ ଏକାଠି ହେବା ଆରମ୍ଭ କରିଦେଇଛନ୍ତି ।
ଉଲ୍ଲେଖଥାଉ କି, ରଣଭୀର-ଦୀପିକାଙ୍କ ବ୍ୟତୀତ ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ରାଜସ୍ଥାନରୁ ଗୋଆକୁ ଯିବେ । ଏହାଛଡ଼ା ରିଦ୍ଧିମା କପୁର, ନୀଟୁ କପୁର, ମହେଶ ଭଟ୍ଟ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗଦେବେ। ନୀତି ଏକ ସେଲଫି ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରଣଭୀର ସିଂ ଏବଂ ଦୀପିକାଙ୍କୁ ଦେଖିବାକୁ ମିଳିଛି ।