ଆଜି ରିଲିଜ ହୋଇଛି ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର'
Khabar Odisha:odia-movie-falguna-chaitra-release-today
ଖବର ଓଡିଶା : 12/05/2023:

ଆଜି ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ଏହି ଫିଲ୍ମ । ସମ୍ପୂର୍ଣ୍ଣ ଓଡ଼ିଆ ପରିବାରର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି । ସୁଲେଖିକା ସୁଲଗ୍ନା ମହାନ୍ତି ଏହି ରଚନା କରିଥିବା ବେଳେ ଶକ୍ତି ଜଗଦେବ ଏହାର ପ୍ରଯୋଜନା ଭାର ତୁଲାଇଛନ୍ତି । ଅନ୍ୟପଟେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଏବଂ ପିନାକୀ ସିଂ । ତେବେ ଏହି ଫିଲ୍ମଟି କେବଳ ଓଡ଼ିଆ ଭାଷାରେ ଓଡ଼ିଶାରେ ନୁହେଁ ଓଡ଼ିଆ ଭାଷାରେ ଅଷ୍ଟ୍ରେଲିଆ ସମେତ ଅନ୍ୟ ୮ଟି  ଦେଶରେ ରିଲିଜି ହେଉଛି । 

ଚଳଚ୍ଚିତ୍ରରେ ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ଭାଷାର ମହକ ଦେଖିବାକୁ ମିଳିଛି । ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ପାର୍ଥସାରଥୀ, ଅନନ୍ୟା, ବି.ଏମ୍ ବୈଶାଳୀ, ସୁକାନ୍ତ ରଥ, ଭାସ୍ବତୀ ବସୁ ଓ ଚୌଧୁରୀ ଜୟପ୍ରକାଶ ଦାସ । ଶକ୍ତି ଜଗଦେବ ଏହାର ନିର୍ମାତା। ଓଲିଉଡ଼ ଅଭିନେତା ବାବୁସାନ୍ ମହାନ୍ତି ଏହାର ସହ ପ୍ରଯୋଜକ ଓ ନିବେଦକ ରହିଛନ୍ତି । ପିନାକୀ ସିଂହ ଓ ଶିଶିର କୁମାର ସାହୁ ‘ଫାଲଗୁନ ଚୈତ୍ର’ର ନିର୍ଦ୍ଦେଶନା ଦେଇଛନ୍ତି। ଅଭିଷେକ-ଏଶାନ୍ କୌଶିକ ଏହାର ସଙ୍ଗୀତକାର ଥିବାବେଳେ । ସ୍ଥିତ ପଟ୍ଟନାୟକ ଓ ଜେପି ୱର୍ଡସ୍ମିଥ୍ ଏହି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି।  

Subscribe

National International State Sports Entertainment