ମୁମ୍ବାଇ: ବଲିଉଡ୍ ଖାସ କରି ଓଟିଟି ପ୍ଲାଟଫର୍ମରେ ନିଜର ଦବଦବା ଜାରି ରଖିଥିବା ନିଜ ଚରିତ୍ରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନୋଜ ବାଜପେୟୀ । ସବୁବେଳେ ତାଙ୍କୁ ସମାନ ପ୍ରକାର ରୋଲ୍ ମିଳିବାକୁ ନେଇ ସେ ନିଜର ନିରବତା ଭାଙ୍ଗିଛନ୍ତି । ତାଙ୍କୁ ସବୁବେଳେ ଗୋଟିଏ ଲୋକର ଚରିତ୍ର ପାଇଁ ନିର୍ଦ୍ଦେଶକମାନେ ପସନ୍ଦ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମନୋଜ ।
ମନୋଜ ବାଜପେୟୀ ଏକ ଆଲୋଚନାରେ କହିଛନ୍ତି ଆଜି କେବଳ ଗୋଟିଏ ଫିଲ୍ମରେ ରାଜାର ଭୂମିକା ମିଳିଥିଲା । ଫିଲ୍ମ ‘ଜୁବେଦା’ରେ ତାଙ୍କୁ ଏହି ଚରିତ୍ର ମିଳିଥିଲା । ଯେଉଁଥିରେ ତାଙ୍କ ସହ ଅଭିନୟ କରିଥିଲେ କରିସ୍ମା କପୁର ଏବଂ ରେଖା । ତେବେ ଏଥିରେ ମଧ୍ୟ ଫିଲ୍ମ ନିର୍ମାତା ଶ୍ୟାମ ବେଙ୍ଗଲୀ କହିଥିଲେ ଯେ ରାଜା ମାନେ କୌଣସି ଗ୍ରୀକ୍ ଭଗବାନ ନୁହଁନ୍ତି ବରଂ ସେମାନେ ସାଧାରଣ ଜନତା । ସେହିପରି ‘ବୀରଜରା’ ରେ ମଧ୍ୟ ଏକ ରାଜନେତାର ଭୂମିକା ମିଳିଥିଲା । ସେ ପୁଣି ବହୁତ ଛୋଟ ଭୂମିକା ଥିଲା ।
ତେବେ ଦଶନ୍ଧି ଧରି ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । ମାତ୍ର ହାତ ଗଣତି ଗୋଟାଏ ଦୁଇଟା ଫିଲ୍ମକୁ ବାଦ ଦେଲେ ଅନ୍ୟ ସବୁଥିରେ ପ୍ରାୟ ଏକା ପ୍ରକାର ଚରିତ୍ରରେ ନଜର ଆସିଛନ୍ତି । ସବୁଥିରେ ପ୍ରାୟ ତାଙ୍କୁ ଏକ ଗରିବଲୋକର ଚରିତ୍ର ମିଳିଛି । ନିର୍ଦ୍ଦେଶକମାନେ ତାଙ୍କ ବିଷୟରେ ଧନୀ ଭୂମିକାରେ ଭାବି ପାରି ନ ଥିଲେ । ଏହା ବଲିଉଡର ଷ୍ଟେରିଓଟାଇପ ବୋଲି ସେ କହିଛନ୍ତି । ମନୋଜ ବାଜପେୟୀ ତାଙ୍କର ନିଖୁଣ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ସାରିଛନ୍ତି ।