ଲିକ୍‌ ହେଲା ‘ଗୁଲୋବୋ ସୀତାବୋ’ର କାହାଣୀ, ଏକାଠି ନଜର ଆସିବେ ଅମିତାଭ-ଆୟୁଷ୍ମାନ
Khabar Odisha:gulabo-sitabo-story-leaked
ମୁମ୍ବାଇ, ମେ ୧୬ (ଖବର ଓଡ଼ିଶା):

ପ୍ରଥମ  ଥର ବଡ଼ ପରଦାରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହିତ ନଜର ଆସିବେ ଆୟୁଷ୍ମାନ ଖୁରାନା । ନିର୍ଦ୍ଦେଶକ ସୁଜିତ ସରକାର ଏ ଦୁଇ ଜଣଙ୍କୁ ନେଇ ‘ଗୁଲାବୋ ସୀତାବୋ’ ଫିଲ୍ମ ଆଣିବାକୁ ଯାଉଛନ୍ତି । ଯାହାର କାହାଣୀ ଲେଖୁଛନ୍ତି ଜୁହୀ ଚର୍ତୁବେଦୀ । ଏହି କାହାଣୀ ଉତ୍ତର ପ୍ରଦେଶରେ ଲକ୍ଷ୍ନୌର ଘର ମାଲିକ ଓ ସେଠାରେ ରହୁଥିବା ଭଡ଼ାଟିଆଙ୍କ ମଧ୍ୟରେ ହେଉଥିବା କଳି ଝଗଡ଼ା ସମ୍ପର୍କରେ । 

ଗୁଲାବୋ ସୀତାବୋର କାହାଣୀ ଏବେ ପଦାକୁ ଆସିଛି । ଏଥିରେ ନିତିଦିନ ଜୀବନରେ ଘଟୁଥିବା କାହାଣୀକୁ ନେଇ ତିଆରି ହୋଇଛି । ଯେଉଁଥିରେ ଭରପୁର କମେଡ଼ି ରହିଛି । ଉଭୟ ଆୟୁଷ୍ମାନ ଓ ଅମିତାଭ ଏହି ଫିଲ୍ମରେ ଲିଡ଼୍‌ ରୋଲ୍‌ରେ ଅଛନ୍ତି । କିନ୍ତୁ କିଏ ଘର ମାଲିକ ଓ କିଏ ଭଡ଼ାଟିଆ ଚରିତ୍ରରେ ଅଛନ୍ତି ତାହା ସ୍ପଷ୍ଟ ହୋଇନି । ଫିଲ୍ମର ସୁଟିଂ ଆଗାମୀ ମାସେ ଦୁଇ ମାସ ମଧ୍ୟରେ ଆରମ୍ଭ ହୋଇଯିବ ବୋଲି ନିର୍ଦ୍ଦେଶକ ସୁଜିତ ସରକାର କହିଛନ୍ତି । 

  • Tags:

Subscribe

National International State Sports Entertainment