ରଜନୀକାନ୍ତଙ୍କ ‘ଦରବାର’ର ଢାସୁ ଗୀତ ‘ଚୁମା କିଜି’ ରିଲିଜ୍
Khabar Odisha:entertainment-odisha-raninikanth-darbar-chumma-kizhi-songh-viral
ନୂଆଦିଲ୍ଲୀ, ନଭେମ୍ଵର ୨୮ (ଖବର ଓଡିଶା) :

ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦରବାର ଏବେ ଚର୍ଚ୍ଚାରେ। ଏହାର ଏକ ଗୀତ ଚୁମା କିଜି ଏବେ ରିଲିଜ୍ ହୋଇଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଗୀତକୁ ବାଲା ସୁବ୍ରମଣ୍ୟମ ଗାଇଛନ୍ତି। ଗୀତରେ ଜବରଦସ୍ତ ଏନର୍ଜି ଅଛି। ରଜନୀକାନ୍ତ ଏହି ଗୀତରେ ପରଦାରେ ଜବରଦସ୍ତ ଏନର୍ଜି ଦେଖାଇବେ। 

ଦରବାରରେ ରଜନୀକାନ୍ତ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଛନ୍ତି। ଏହି ଗୀତର ପୋଷ୍ଟରରେ ରଜନୀକାନ୍ତ ବ୍ଲେଜର ଏବଂ ଗଗଲ ପିନ୍ଧିଥିବା ଦେଖାଯାଇଛି। ସେ ଧମାକାଦାର ଭାବରେ ଏଣ୍ଟ୍ରି କରିଛନ୍ତି। ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ ନୟନତାରା, ପ୍ରତୀକ ବବର, ସୁନୀଲ ସେଠୀ, ଜାତିନ ସରନା ନଜର ଆସିବେ। ଦେଖନ୍ତୁ ଭିଡିଓ। 

ଆସନ୍ତା ବର୍ଷ ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟଲମ ସହ ୪ଟି ଭାଷାରେ ରିଲିଜ ହେବ। ଏଆର ମୁଋଗଦାସ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। 

ରଜନୀକାନ୍ତ ପରିଣତ ବୟସରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଫିଲ୍ମରେ ଅଭିନୟରେ ଏହାର କୌଣସି ପ୍ରଭାବ ପଡି ନାହିଁ। ରିଲିଜ ହେବା ପୂର୍ବରୁ ଦର୍ଶକ ତାଙ୍କ ଫିଲ୍ମକୁ ହିଟ୍ କହି ସାରିଛନ୍ତି। ସାଉଥରେ ତାଙ୍କ ଫ୍ୟାନ୍ସ ରଜନୀକାନ୍ତଙ୍କୁ ଭଗବାନ ବୋଲି କୁହନ୍ତି।

Subscribe

National International State Sports Entertainment