"ମଲଙ୍ଗ"ର ଇମୋଶନାଲ ଟ୍ରାକ୍ “ଚଲ ଘର ଚଲେ” ରିଲିଜ୍, ନଜର ଆସିଲା ଆଦିତ୍ୟ-ଦିଶାଙ୍କ ରୋମାନ୍ସ
Khabar Odisha:entertainment-odisha-malang-song-chal-ghar-chalen-aditya-roy-kapur-disha-patani-add-life-to-this-soul-stirring-track
ନୂଆଦିଲ୍ଲୀ, ଜାନୁଆରୀ ୧୦ (ଖବର ଓଡିଶା) :

 ଜବରଦସ୍ତ ଟ୍ରେଲର ଏବଂ ପୋଷ୍ଟରରେ ଲୋକଙ୍କ ମନ କିଣିଥିବା ଫିଲ୍ମ ମଲଙ୍ଗର ଇମୋଶନାଲ ଟ୍ରାକ୍ ଚଲ ଘର ଚଲେ ରିଲିଜ୍ ହୋଇଛି। ଏହି ଗୀତରେ ଅଭିନେତା ଆଦିତ୍ୟ ରାୟ କପୁର ଏବଂ ଦିଶା ପଟାନୀଙ୍କ ଭିତରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିବ। ଗୋଆରେ ଏହି ଗୀତର ସିନ୍ ସୁଟିଂ କରାଯାଇଛି। ଗାୟକ ଅରିଜିତ ସିଂହ ଏଥିରେ କଣ୍ଠଦାନ କରିଛନ୍ତି। ଗୀତରେ ଗୋଟିଏ ପଟେ ପ୍ରେମ ଥିବା ବେଳେ ଅନ୍ୟପଟେ ପ୍ରତିଶୋଧର ବହ୍ନି ଦେଖିବାକୁ ମିଳିଛି। 

ଫିଲ୍ମ ନିର୍ମାତା ଏହି ଗୀତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ପୋଷ୍ଟର କ୍ୟାପଶନରେ ଲେଖିଛନ୍ତି ଯେ, ସେ ତାର ପ୍ରେମକୁ ଛଡାଇ ନେଲା ଏବେ ସେ ତାର ଦୁନିଆ ଉଜାଡି ଦେବ। ଏହି କ୍ୟାପଶନରୁ ଗୀତରେ ପ୍ରେମ ଓ ପ୍ରତିଶୋଧ ଥିବା ସ୍ପଷ୍ଟ ରୂପରେ ଜଣା ପଡୁଛି। 

୨୦୨୦ ଫେବୃଆରୀ ୭ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ମଲଙ୍ଗ ମରିସସ୍, ଗୋଆ ଏବଂ ମୁମ୍ବାଇର କିଛି ବାଗରେ ସୁଟିଂ କରାଯାଇଛି। ଫିଲ୍ମର ଟ୍ରେଲରରେ ଜବରଦସ୍ତ ସସପେନ୍ସ ରହିଛି। ମୋହିତ ସୁରୀ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। 

Subscribe

National International State Sports Entertainment