ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ରଜନୀକାନ୍ତ
Khabar Odisha:entertainment-odisha-iffi-2019-rajinikanth-to-be-honored-with-icon-of-golden-jubilee-award
ନୂଆଦିଲ୍ଲୀ, ନଭେମ୍ବର ୦୨ (ଖବର ଓଡିଶା) :

ସୁପରଷ୍ଟାର ରଜନୀକାନ୍ତ ଚାରି ଦଶକ ଧରି ଲୋକମାନଙ୍କ ହୃଦୟରେ ରାଜ କରି ଆସୁଛନ୍ତି। ସାଉଥ ଫିଲ୍ମରୁ ବଲିଉଡରେ ଏକ ସ୍ଥାନ ତିଆରି କରିପାରିଥିବା ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ କ୍ୟାରିଅରର ଆରମ୍ଭ ୧୯୭୫ରେ ତାମିଲ ଫିଲ୍ମ ଅପୂର୍ବ ରାଙ୍ଗଗଲରୁ କରିଥିଲେ। ରଜନୀକାନ୍ତଙ୍କୁ ତାଙ୍କ କଳା ପାଇଁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ଆଜି ନିଜ ଟ୍ଵିଟର ଆକାଉଣ୍ଟରେ ରଜନୀକାନ୍ତଙ୍କୁ ଭାରତର ୫୦ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ଆଇକନ ଅଫ ଗୋଲ୍ଡେନ ଜୁବୁଲି ଆୱାର୍ଡରେ ସମ୍ମାନିତ କରାଯିବ ଵୋଲି ଘୋଷଣା କରିଛନ୍ତି। ସେ ଲେଖିଛନ୍ତି କି, ଭାରତୀୟ ସିନେମାରେ ରଜନୀକାନ୍ତଙ୍କ ଉତ୍କୃଷ୍ଟ ଯୋଗଦାନ ପାଇଁ ତାଙ୍କୁ ଆଇଏଫଏଫଆଇ ୨୦୧୯ରେ ସମ୍ମାନିତ କରାଯିବ। 

ସେହିପରି ଭାବରେ ଜାବେଦକର ଟ୍ଵିଟ୍ କରିବା ପରେ ରଜନୀକାନ୍ତ ରିଟ୍ଵିଟ୍ କରି ଲେଖିଛନ୍ତି ଯେ, ଏଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ। ଆଇଏଫଏଫଆଇ ଚଳିତ ବର୍ଷ ଅନ୍ତରେ ଆୟୋଜନ କରାଯିବ। ରଜନୀକାନ୍ତଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଟି ରାମା ରାଓଙ୍କ ଅନ୍ଧା କାନୁନ ଥିଲା। ତାଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। 

Subscribe

National International State Sports Entertainment