ହୋଟେଲ ମୁମ୍ଵାଇ କି କାହାନୀ, ଯାହା ମନେ ପକାଉଛି ୨୬/୧୧ର ସେହି ଅପୂରଣୀୟ କ୍ଷତକୁ
Khabar Odisha:entertainment-odisha-hotel-mumbai-movie-review-story-dev-patel-jason-issacs-armie-anupam-kher
ନୂଆଦିଲ୍ଲୀ, ନଭେମ୍ଵର ୨୭ (ଖବର ଓଡିଶା) :

ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଗୋଟିଏ ଉଚିତ୍ ନିଷ୍ପତ୍ତିର ଅନ୍ତର ରହିଛି। ଆପଣ ଯେଉଁଠାରେ ଅଛନ୍ତି ସେହି ଠାରୁ ଭୁଲ ରାସ୍ତା ଆଡକୁ ବଢିଲେ ଜୀବନ ଶେଷ ହୋଇପାରେ। ତେବେ ଏହି କଥା ଆମେ କହୁନୁ ଏହା ଫିଲ୍ମ ହୋଟେଲ ମୁମ୍ଵାଇ କହୁଛି। 

୨୦୦୮ ନଭେମ୍ଵର ୨୬ରେ ମୁମ୍ଵାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଆଜି ଯାଏଁ ଲୋକଙ୍କ ମନରୁ ଲିଭିନି। ଖାସ୍ କରି ମୁମ୍ଵାଇରେ ରହୁଥିବା ଲୋକମାନେ। ଯେଉଁମାନେ ଆକ୍ରମଣରୁ ନିଜକୁ ଉଦ୍ଧାର କରି ସାମ୍ନା ଲୋକକୁ ମରୁଥିବାର ଦେଖିଛନ୍ତି। ଏହି ଘଟଣାକୁ ଆଧାର କରି ନିର୍ମାଣ ହୋଇଥିବା ଫିଲ୍ମ ହୋଟେଲ ମୁମ୍ଵାଇ କି କାହାଣୀ ୨୦୦୯ରେ ଆତଙ୍କବାଦୀ ଆକ୍ରମଣ ଦର୍ଶାଯାଇଛି। ଏହା ସହ ଏହି ଫିଲ୍ମରେ ନଭେମ୍ଵର ୨୬ରେ ଛତ୍ରପତି ଶିବାଜୀ ଷ୍ଟେସନ ଓ ଲିଓପୋଲ୍ଡ କ୍ୟାଫେରେ ହୋଇଥିବା ଆକ୍ରମଣ ଦର୍ଶାଯାଇଛି।

ଫିଲ୍ମ ନିର୍ଦ୍ଦେଶକ ଏନ୍ଥୋନୀ ମରାସ କହିଛନ୍ତି ଯେ, ଏହି ଆକ୍ରମଣରେ ପୀଡିତ ହୋଇଥିବା ଲୋକମାନଙ୍କ ଅସଲି ଜୀବନି ଗୋପନୀୟ ରଖିବାକୁ ଚେଷ୍ଟା କରିଛନ୍ତି। ଏଥିରେ ଥିବା ଲୋକମାନଙ୍କ ଭୂମିକା କାଳ୍ପନିକ। ଯାହାକି ଅସଲି ଲୋକମାନଙ୍କ ଜୀବନିରୁ ପ୍ରେରିତ କରାଯାଇଛି। ତେବେ ଏଥିରେ ଥିବା ହୋଟେଲ ହେଡ୍ ଶେଫ ମହନ୍ତ ଓବରୟଙ୍କ ଭୂମିକା ଅସଲି। ତେବେ ମୁମ୍ଵାଇ ହୋଟେଲର ଦେଖନ୍ତୁ ଟ୍ରେଲର।

Subscribe

National International State Sports Entertainment