ଥଲଇବାର ପ୍ରଥମ ଭିଡିଓ ରିଲିଜ୍, ଆରମ୍ଭରୁ ଟ୍ରୋଲ ହେଲେ କଙ୍ଗନା
Khabar Odisha:entertainment-odisha-after-came-the-first-video-of-thalaivi-people-said-kangna-forgot-to-do-makeup
ନୂଆଦିଲ୍ଲୀ, ନଭେମ୍ଵର ୨୬ (ଖଵର ଓଡିଶା) :

ବଲିଉଡ କ୍ଵିନ କଙ୍ଗନା ରାଣାୱତ ଏବେ ଜୟଲଳିତାଙ୍କ ବାୟୋପିକ ଥଲଇବାକୁ ନେଇ ଚର୍ଚ୍ଚାରେ। କଙ୍ଗନା ତାଙ୍କର ପ୍ରତି ଫିଲ୍ମରେ କର୍ତ୍ତବ୍ୟନିଷ୍ଠାର ସହ ପରିଶ୍ରମ କରନ୍ତି। ତେବେ କଙ୍ଗନାଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଥଲଇବାର ପ୍ରଥମ ଭିଡିଓ ରିଲିଜ ହୋଇଛି। ଏହି ଭିଡିଓ ଦର୍ଶକମାନଙ୍କୁ କିଛି ଖାସ୍ ପସନ୍ଦ ଆସିନାହିଁ। ଥଲଇବାର ପୋଷ୍ଟର ଦେଖି ପ୍ରଥମେ ଲାଗୁଥିଲା କି ଏଥିପାଇଁ କଙ୍ଗନାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡିଥିବ ଏବେ ଭିଡିଓ ଦେଖିବା ପରେ ଦର୍ଶମାନେ ମତ ରଖିଛନ୍ତି କି, କଙ୍ଗନା ମେକଅପ କରି ନାହାଁନ୍ତି। 

ଏହି ଭିଡିଓରେ କମେଣ୍ଟ ପଢିବା ପରେ ଏଭଳି ଲାଗୁଛି କି, ଦର୍ଶକଙ୍କୁ କିଛି ଖାସ୍ ପସନ୍ଦ ଆସି ନାହିଁ। ଏହି ଫିଲ୍ମ ଆସନ୍ତା ବର୍ଷ ଜୁନ ୨୬ରେ ରିଲିଜ୍ ହେବାକୁ ଯାଉଛି। ଆପଣ ମଧ୍ୟ ଦେଖନ୍ତୁ ଭିଡିଓ। 

ତେବେ କଙ୍ଗନାଙ୍କ ବଡ ଭଉଣୀ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି। ରଙ୍ଗୋଲୀ ଚନ୍ଦେଲ କହିଛନ୍ତି ଯେ, ଯଦି କାହା ପାଖରେ ଆଖି ଅଛି ତେବେ ସେ ପ୍ରୋସ୍ଥେଟିକର କାମ ଦେଖିପାରିବେ। କିନ୍ତୁ କିଛି ସମୋସା ଗ୍ୟାଙ୍ଗ ଅଛନ୍ତି। ଯେଉଁମାନେ ଦିନକୁ ରାତି ଏବଂ ରାତିକୁ ଦିନ କହୁଛନ୍ତି, ଯାହାକି ମହତ୍ତ୍ଵହୀନ।

Subscribe

National International State Sports Entertainment