୧୫ ଦିନରେ ଡ଼ବଲ ସେଞ୍ଚୁରି ମାରିଲା ତାନାଜୀ
Khabar Odisha:entertainment-bollywood-odisha-15th-day-box-office-collections-of-ajay-devgn-film-tanhji
ନୂଆଦିଲ୍ଲୀ, ଜାନୁଆରୀ ୨୫ (ଖବର ଓଡ଼ିଶା) :

ବଜିଉଡର ଦିଗଜ ଅଭିନେତା ଅଜୟ ଦେଭଗନଙ୍କ ଫିଲ୍ମ ତାନାଜୀ ଦ ଅନସଙ୍ଗ ୱାରିଅର ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିଛି। ୧୫ ଦିନରେ ଫିଲ୍ମ ୨୦୦ କୋଟି ବ୍ୟବସାୟ କରିଛି। ଅପର ପକ୍ଷରେ ଫିଲ୍ମକୁ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରୀ କରାଯାଇଥିଲା। ଆଗକୁ ଗଣତନ୍ତ୍ର ଦିବସ ଥିବାରୁ ଫିଲ୍ମ ଏବେବି ସିନେମା ହଲରେ ଚାଲିଛି। 

ଫିଲ୍ମର ବ୍ୟବସାୟ ଦେଖିବାକୁ ଗଲେ ଶୁକ୍ରବାର ଏହା ୧୫.୧୦ କୋଟି, ଶନିବାର-୨୦.୫୭କୋଟି, ରବିବାର-୨୬.୨୬କୋଟି, ସୋମବାର-୧୩.୭୫କୋଟି, ମଙ୍ଗଳବାର-୧୫.୨୮କୋଟି, ବୁଧବାର-୧୬.୭୨କୋଟି, ଗୁରୁବାର-୧୧.୨୩କୋଟି, ଶୁକ୍ରବାର-୧୦.୦୬କୋଟି, ଶନିବାର-୧୬.୩୬କୋଟି, ରବିବାର-୨୨.୧୨କୋଟି, ସୋମବାର-୮.୧୭କୋଟି, ମଙ୍ଗଳବାର-୭.୭୨କୋଟି, ବୁଧବାର-୭.୦୯କୋଟି, ଗୁରୁବାର-୭.୦୨କୋଟି, ଶୁକ୍ରବାର-୫.୩୮କୋଟି ବ୍ୟବସାୟ କରିଛି। ତେବେ ଫିଲ୍ମର ସମୁଦାୟ ବ୍ୟବସାୟ ୨୦୨.୮୩ କୋଟି ହୋଇଛି। 

ଜାନୁଆରୀ ୧୦ରେ ରିଲିଜ ହୋଇଥିବା ଫିଲ୍ମ ତାନାଜୀରେ ଅଜୟ ଦେଭଗନଙ୍କ ବ୍ୟତୀତ ସୈଫ ଅଲ୍ଲୀ ଖାନ, କାଜଲ, ନେହା ଶର୍ମା, ଶରଦ କେଲକର, ପଦ୍ମାବତୀ ରାଓ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଦର୍ଶକଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ଏହି ଫିଲ୍ମରେ ମରାଠାଙ୍କ ବୀରତ୍ଵ ପ୍ରଦର୍ଶନ କରାଯାଇଛି। 

Subscribe

National International State Sports Entertainment