ନୂଆଦିଲ୍ଲୀ , ମେ 19(ଖେବର ଓଡିଶା):
ରାଖୀ ସାୱନ୍ତ ନିଜର କିଛି ନା କିଛି ଭିଡ଼ିଓ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାହା ନିଜର ବ୍ୟକ୍ତିଗତ ହେଉ ବା ସର୍ବଜାନିନ । ହେଲେ ବତ୍ତର୍ମାନ ତାଙ୍କର ବୟଫ୍ରେଣ୍ଡ ଆଦିଲ ହୁସେନ୍ ଦୁରାନୀ କୁ ନେଇ ବେଶ ଭାଇରାଲ ହେଉଛନ୍ତି ରାଖୀ ସାୱନ୍ତ ।
ରାଖୀ ତାଙ୍କ ବୟଫ୍ରେଣ୍ଡ ଠାରୁ ୬ ବର୍ଷ ବଡ଼ । କିନ୍ତୁ ଏଥିରେ ତାଙ୍କର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ରାଖୀ । କେବଳ ଏତିକି ନୁହେଁ ସେଲିବ୍ରିଟି ଦମ୍ପତି ପ୍ରିୟଙ୍କା ଚୋପ୍ରା , ନିକ ଜୋନାସ୍ ଏବଂ ମଲାଇକା ଆରୋରା-ଅର୍ଜୁନ କପୁରଙ୍କ ମଧ୍ୟ ଉଦାହରଣ ଦେଇଛନ୍ତି ।
ନିକଟରେ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ରାଖୀଙ୍କୁ ୪୦ ଲକ୍ଷ ଟଙ୍କାର ଏକ ବିଏମଡ଼ବ୍ଲ୍ୟ କାର ଗିପ୍ଟ ଦେଇଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ସମ୍ପର୍କରେ ପ୍ରତିବନ୍ଧକ ସାଜୁଛନ୍ତି ଆଦିଲଙ୍କ ପରିବାର ଲୋକ ।
ରାଖୀଙ୍କ ଚାଲିଚଳଣୀ ଓ ପୋଷାକ ପିନ୍ଧା ତାଙ୍କ ପରିବାରକୁ ପସନ୍ଦ ହେଉନଥିବାରୁ ରାଖୀ ଏନେଇ ଦୁଃଖୀ ମଧ୍ୟ ଅଛନ୍ତି ଓ ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଠା କରୁଛନ୍ତି ରାଖୀ ।
କାରଣ ଦୀର୍ଘ ଅନେକ ବର୍ଷ ପରେ ପୁଣି ଏକ ମଧୁର ସମ୍ପର୍କରେ ବାନ୍ଧି ହୋଇଛନ୍ତି ରାଖୀ । ସୁଚନା ଅନୁସାରେ ରାଖୀ ପୂର୍ବରୁ ରିତେଶଙ୍କୁ ବିବାହ କରିଥିଲେ, ଯାହାଙ୍କଠାରୁ ସେ ବିଗ୍ ବସ୍ ୧୫ ରୁ ବାହାରିବା ପରେ ଅଲଗା ହୋଇଥିଲେ।
ରାଖୀ ଏବଂ ରିତେଶ ଏକାଠି ବିଗ୍ ବସ୍ ୧୫ ରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ଶୋ ରେ ଏହା ଜଣାପଡିଥିଲା ଯେ ରିତେଶ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ନ ଥିବାରୁ ସେମାନଙ୍କ ବିବାହ ବେଆଇନ ଥିଲା।