ନୂଆଦିଲ୍ଲୀ, ଜାନୁଆରୀ 11 (ଖବର ଓଡିଶା) :
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିଲା ନୂଆ ଅତିଥି । ଖୁସିରେ ପୁରି ଉଠିଛି ଘର । ଅନୁଷ୍କା ଶର୍ମା ଆଜି ଅପରାହ୍ନରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପିତା ହେବାର ଆନନ୍ଦରେ ବିରାଟ କୋହଲି ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି ।
ବିରାଟ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ସେ ବାପା ହେବା ବିଷୟରେ ସୂଚନା ଦେଇଛନ୍ତି । ବିରାଟ ପୋଷ୍ଟରେ ଲେଖିଛନ୍ତି- " ଆମେ ବହୁତ ଖୁସି ଯେ ଆଜି ଅପରାହ୍ନରେ ଆମର କନ୍ୟା ସନ୍ତାନ ହୋଇଛି । ଆପଣଙ୍କ ପ୍ରେମ ଏବଂ ଶୁଭେଚ୍ଛା ପାଇଁ ଆମେ ଗଭୀର କୃତଜ୍ଞ । ଉଭୟ ଅନୁଷ୍କା ଏବଂ ଆମ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।