କରୋନା ସଂକ୍ରମିତ ଲୋକଙ୍କ ସାହାଯ୍ୟ କରିବାକୁ ନିଜର ବାଇକ ବିକିବେ ହର୍ଷବର୍ଦ୍ଧନ
Khabar Odisha:bollywood-actre-ask-to-sale-his-bike-to-provide-concentrators-to-covid-positive-pateints

 

ମେ ୨(ଖବର ଓଡିଶା); କରୋନା ମହାମାରୀ ସହିତ ସମ୍ପୁର୍ଣ୍ଣ ଦେଶ ଲଢୁଛି । ଭାରତରେ ଦୈନିକ ସଂକ୍ରମଣ ନିତି ଦିନ ବଢି ଚାଲିଥିଲା ବେଳେ ଏହା କମିବାର ନାଁ ନେଉ ନାହିଁ । ଏହି ସମୟରେ କିଛି ରାଜ୍ୟରେ ସଂକ୍ରମଣର ମାମଲା ବହୁତ ଅଧିକ ଥିବାରୁ ମେଡିକାଲ ମାନଙ୍କରେ କାହାକୁ ବେଡ ମିଳୁନି ତ କିଏ ମେଡିକାଲରେ ଅକ୍ସିଜେନ ଅଭାବରେ ମୃତ୍ୟୁ ବରଣ କରୁଛି । ଏହିଭଳି ସମୟରେ କିଛି ଅଭିନେତା ଅଭିନେତ୍ରି ନିଜ ତରଫରୁ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଅଗେଇ ଆସିଛନ୍ତି । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଅଭିନେତା ହର୍ଷବର୍ଦ୍ଧନ ।

ଅଭିନେତା ହର୍ହବର୍ଦ୍ଧନ ରାଣେ କରୋନା ସଂକ୍ରମିତ ଲୋକଙ୍କ ସାହାଯ୍ୟ କରିବା ଲାଗି ନିଜର ବାଇକକୁ ବିକିବା ଲାଗି ସୋସିଆଲ ମିଡିଆରେ କହିଛନ୍ତି । ସେ ଏହାର ସୂଚନା ତାଙ୍କ ଇନ୍‌ଷ୍‌ଟାଗ୍ରମ୍ ଆକାଉଣ୍ଟରେ ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ସେ କହିଥିଲେ ମୋତେ ହାଇଦ୍ରବାଦରେ ଏମିତି ଲୋକଙ୍କ ସହିତ ପରିଚୟ କରାଇ ଦିଅନ୍ତୁ ଯିଏ ମୋର ଏହି ବାଇକ ବଦଳରେ ଅକ୍ସିଜେନ କନ୍‌ସନ୍‌ଟ୍ରେଟର୍ସ ଦେଇ ପାରିବେ ।

  • Tags:

Subscribe

National International State Sports Entertainment